Below header

ବିଜେପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ, ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୀତା ସାହୁ

ବିଜେପୁର: ବିଜେପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଆଜି ବିଜେଡି ପ୍ରାର୍ଥୀ ରୀତା ସାହୁ ପ୍ରାର୍ଥିପତ୍ର ଦାଖଲ କରିବେ । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ତାସହ ବିଜେପୁର ବାଜି ଜିତିବାକୁ ସ୍ୱତନ୍ତ୍ର ରଣନୀତି କରିଛି ବିଜେଡି । ପଶ୍ଚିମ ଓଡ଼ିଶା ନେତାଙ୍କୁ ଦଳ ନିର୍ବାଚନ ପରିଚାଳନା ଦାୟିତ୍ୱ ଦେଇଛି । ଗତ ବିଧାନସଭାରେ ଏଠାରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ନବୀନ ପଟ୍ଟନାୟକ । ସେ ହିଞ୍ଜିଳି ଓ ବିଜେପୁର ଦୁଇଟି ଆସନରୁ ବିଜୟୀ ହୋଇଥିବାରୁ ବିଜେପୁର ଆସନ ଛାଡିଥିଲେ । ତେଣୁ ବିଜେପୁର ଉପନିର୍ବାଚନରେ ରୀତା ସାହୁ ପ୍ରାର୍ଥୀ ହୋଇଛନ୍ତି । ପାଖାପାଖି ଦୁଇ ବର୍ଷ ଭିତରେ ରୀତା ସାହୁ ଦୁଇ ଥର ବିଜେପୁରରୁ ବିଧାନସଭା ପାଇଁ ନିର୍ବାଚନ ଲଢୁଛନ୍ତି । ବିଜେଡି ନିଶ୍ଚିତ ବିଜେପୁର ଦଖଲ କରିବ ବୋଲି କହିଛନ୍ତି ବିଜେଡି ନେତା ସୁବାସ ଚୌହ୍ଵାନ। ଅକ୍‌ଟୋବର ୧ରେ ନାମାଙ୍କନ ଯାଞ୍ଚ ଓ ଅକ୍ଟୋବର ୩ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ୨୧ତାରିଖରେ ହେବ ବିଜେପୁର ଉପନିର୍ବାଚନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.