ତିନିଦିନିଆ ରାଉରକେଲା ଗସ୍ତରେ କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲା: ତିନିଦିନିଆ ରାଉରକେଲା ଗସ୍ତରେ କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗସ୍ତ ଅବସରେ ଆରଏସପିର ହଟ ଷ୍ଟ୍ରିପ୍‌ ମିଲ, ବ୍ଲାଷ୍ଟ ଫର୍ନିସ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ପରିଦର୍ଶନ କରିଛନ୍ତି । ଆରଏସପି ଭିତରେ ଆରଏସପି କର୍ତ୍ତୃପକ୍ଷ ତଥା ପ୍ଲାଣ୍ଟର ବରିଷ୍ଠ ଅଧିକାରୀ ଧର୍ମେନ୍ଦ୍ରଙ୍କୁ ବିଭିନ୍ନ ବିଭାଗ ବୁଲାଇ ଦେଖାଇବା ସହ ବିଭିନ୍ନ ପ୍ରସଙ୍ଗରେ ବୁଝାଇଥିଲେ । ପ୍ଲାଣ୍ଟ ପରିଦର୍ଶନ ବେଳେ ଧର୍ମେନ୍ଦ୍ରଙ୍କ ସହ ସାଂସଦ ଜୁଏଲ ଓରାମ, ବିରାମିତ୍ରପୁର ବିଧାୟକ, ସେଲଏ ଚେୟାରମ୍ୟାନ, ସିଇଓ ପ୍ରମୁଖ ଉପସ୍ତିତ ଥିଲେ । ପରେ ରାଉରକେଲା ହୋଟେଲ ମେ ଫେୟାରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ବିଶ୍ୱର ଷ୍ଟିଲ ସେକ୍ଟର ମାନ୍ଦାଂ ଅବସ୍ଥାରେ ଚାଲୁଛି ଏବଂ ଏହାକୁ ଖୁବଷୀଘ୍ର ରିଭାଇବ କରାଯିବ ବୋଲି ମନ୍ତ୍ରୀ ସମ୍ନମିଳନୀରେ କହିଛନ୍ତି । ଏହାଛଡା ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ କ୍ଷମତା ବଢାଯିବା ସଙ୍ଗେ ଉତ୍ପାଦନ କ୍ଷମତା ମଧ୍ୟ ବଢାଯିବ । ୨୦୨୧ ସୁଦ୍ଧା ୪ଲକ୍ଷ ମେଟ୍ରିକ୍‌ ଟନରୁ ୧୦ଲକ୍ଷ ମେଟ୍ରିକ୍‌ ଟନ ବଢାଯିବା ଲକ୍ଷ୍ୟ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.