କେନ୍ଦ୍ରାପଡ଼ା: ମାର୍ଶାଘାଇ ହାତିଆରେ ଔଷଧ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣା, ଆଉ ୩ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ହାତିଆରେ ଔଷଧ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣାରେ ଆଉ ୩ ଜଣ ଗିରଫ। ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମାର୍ଶାଘାଇ ପୋଲିସ। ସେମାନଙ୍କ ନିକଟରୁ ଜବତ ହୋଇଛି ବନ୍ଧୁକ, ବହୁ ମାରଣାସ୍ତ୍ର, ମୋବାଇଲ୍‌ ଫୋନ୍‌ ଓ ବାଇକ୍‌। ଏପର୍ଯ୍ୟନ୍ତ ବ୍ୟବସାୟୀଙ୍କୁ ହତ୍ୟାକାଣ୍ଡ ଘଟଣାରେ ଗିରଫ ହେଲେଣି ୯ ଜଣ ଅଭିଯୁକ୍ତ। ତେବେ ଘଟଣାର ମାଷ୍ଟରମାଇଣ୍ଡ ଫେରାର୍‌ ଅଛି। ତାକୁ ଧରିବାକୁ ତନାଘନା ଚଳାଇଛି ପୋଲିସ। ଗତ ୧୮ ତାରିଖରେ ହାତିଆ ଛକରେ ଔଷଧ ବ୍ୟବସାୟୀ ଗଗନ ସାହୁଙ୍କୁ କିଛି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ।