ଆଜିଠୁ ଅକ୍ଟୋବର ୪ ତାରିଖ ଯାଏଁ ଭୁବନେଶ୍ୱରର ଦୁଇଟି ସ୍ଥାନରେ ଲର୍ଣ୍ଣସ୍‌ ପ୍ରଦାନର ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଏଣିକି ଲର୍ଣ୍ଣରସ୍‌ ମିଳିବା ହେବ ସହଜ । ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିବା ବ୍ୟକ୍ତି, ବାରମ୍ବାର ଆରଟିଓ ଅଫିସ୍‌କୁ ଦୈଡିବାକୁ ପଡ଼ିବନି । ସାଧାରଣ ଲୋକଙ୍କ ସୁବିଧା ପାଇଁ ଆଜିଠୁ ଅକ୍ଟୋବର ୪ ତାରିଖ ଯାଏଁ ଭୁବନେଶ୍ୱରର ଦୁଇଟି ସ୍ଥାନରେ ଲର୍ଣ୍ଣସ୍‌ ପ୍ରଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପରିବହନ ବିଭାଗ । ସହିଦ ନଗର ସ୍ଥିତ ବିଏମ୍‌ସି ଅଫିସ ଓ OSRTC ପରିସରରେ ଲୋକେ ସହଜରେ ଲର୍ଣ୍ଣସ୍‌ ପାଇ ପାରିବେ । ଏଠାରେ କୌଣସି ସ୍ଲଟ୍‌ ବୁକ୍‌ କରାଯିବ ନାହିଁ । ସାଥିରେ ୪ଟି ଡକ୍ୟୁମେଣ୍ଟ ନେବାକୁ ପଡ଼ିବ । ଆପ୍ଲିକେସନ୍‌ ଫର୍ମ, ଆଧାର କାର୍ଡ, ଶିକ୍ଷାଗତ ଯୋଗ୍ୟତା ଏବଂ ବ୍ଲଡ୍‌ ଗ୍ରୁପ୍‌ ସାର୍ଟିଫିକେଟ୍‌ । ସକାଳ ୧୦ଟାରୁ ସଂଧ୍ୟା ୫ଟା ଯାଏ ଏହି ସୁବିଧା ଯୋଗାଇ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.