Below header

ବଲାଙ୍ଗିର: ଭୋକ ଆଗରେ ମୁଣ୍ଡ ନୁଆଁଇଲା ମାତୃତ୍ୱ, ପେଟ ପାଇଁ ଦୁଇ ଦିନର ଶିଶୁକନ୍ୟାକୁ ବିକିଦେଲା ମାଆ

ବଲାଙ୍ଗିର: ଦାରିଦ୍ର‌୍ୟର କଷାଘାତ। ଭୋକ ଆଗରେ ମୁଣ୍ଡ ନୁଆଁଇଲା ମାତୃତ୍ୱ। ପେଟ ପାଇଁ ଦୁଇ ଦିନର ଶିଶୁକନ୍ୟାକୁ ବିକିଦେଲା ମାଆ। ବଲାଙ୍ଗିର ସଦର ମହକୁମା ରାଧାରାଣୀ ପଡାର ସରୋଜିନୀ ମହାକୁଡ ନିଜ ଶିଶୁକନ୍ୟାକୁ ବିକ୍ରି କରି ଦିଆଯାଇଥିବା ଅଭିଯୋଗ ହୋଇଛି । ଗତ ୮ବର୍ଷ ତଳେ ସରୋଜିଲୀ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତେବେ ସେ ସରୋଜିନୀଙ୍କୁ ନିର୍ଯ୍ୟାତନାଦେବାରୁ ଦିଲ୍ଲୀରେ ଚାଲିଆସି ସମ୍ବଲପୁର ଓ ପରେ ବଲାଙ୍ଗିରରେ ରହୁଥିଲେ। ଦୁଇ ଦିନ ତଳେ ସେ ରେଳଷ୍ଟେସନରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ଅତି ଗରିବ ହୋଇଥିବାରୁ ଛୁଆକୁ ଲାଳନପାଳନ କରିନପାରି ସଇଁତଳା ଥାନା ଡୁଙ୍ଗୁରିପଡାର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିଲେ । ଅଭିଯୋଗ ପାଇବା ପରେ ଚାଇଲ୍ଡ ଲାଇନ ସଦସ୍ୟ ଡୁଙ୍ଗୁରିପଡାକୁ ଯାଇ ତଦନ୍ତ କରିଥିଲେ । ଏହାପରେ ବଲାଙ୍ଗିର ପୋଲିସ ଓ ସିଡବ୍ଲୁସି ଅଧିକାରୀ ନବଜାତକୁ ଉଦ୍ଧାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.