Below header

ଆଜି ସରୁଛି ପାଠକ ବାପା-ପୁଅଙ୍କ ରିମାଣ୍ଡ ଅବଧି, ବହୁ ଗୁରୁତ୍ୱପୂର୍ଣ୍ଣ ସୁରାକ ପାଇଛି ତଦନ୍ତକାରୀ ଟିମ୍‌

ଭୁବନେଶ୍ବର:ଆଜି ସରୁଛି ଆଇଏଫଏସ୍‌ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ରିମାଣ୍ଡ ଅବଧି । ସେମାନଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ଭିଜିଲାନ୍ସ । ଆଜି ରିମାଣ୍ଡର ଶେଷ ଦିନ । ଦୁଇ ଦିନରେ ବାପା-ପୁଅଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ସୁରାକ ପାଇଛି ତଦନ୍ତକାରୀ ଟିମ୍‌ ।

ଅଭୟ କେମିତି ଓ କେଉଁ ସୂତ୍ରରେ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କଲେ ? ପୁଅର ଜାଲିଆତି କାମରେ କିଛି ସଂପୃକ୍ତି ରହିଛି କି ? ଗତକାଲି ଜେରା ବେଳେ ଆକାଶ ପାଠକ ଟାଟା ମୋଟର୍ସରେ ଚାକିରି କରି ନଥିବା ସ୍ୱୀକାର କରିଥିବା ସୂଚନା ମିଳିଛି । ସେହିପରି ଆକାଶ ପାଠକଙ୍କ ଆକାଉଣ୍ଟରେ ଜମା ହୋଇଥିବା ଆଉ ଏକ କୋଟି ୪୭ହଜାର ଟଙ୍କାର ସୁରାକ ପାଇଛି ଭିଜିଲାନ୍‌ସ । ବର୍ତ୍ତମାନ ସୁଦ୍ଧା ତାଙ୍କର ୩ଟି ଆକାଉଣ୍ଟରେ ସମୁଦାୟ ୧୭କୋଟି ୫୨ଲକ୍ଷ ଟଙ୍କା ମିଳିଛି ।

ତଦନ୍ତ ଯେତିକି ଆଗଉଛି, ଖୋଲୁଛି ପାଠକ-ପାଣିଗ୍ରାହୀ ଫ୍ୟାମିଲି ଗୁମର । ଚାରି ଚାରିଟି ତଦନ୍ତକାରୀ ସଂସ୍ଥା ଭିଜିଲାନ୍ସ, କ୍ରାଇମବ୍ରାଞ୍ଚ ପରେ ଇଡି ଓ କମିଶନରେଟ ପୋଲିସ ଅଭୟକାନ୍ତ ପାଠକ, ଆକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ଖୋଳତାଡ ଚଳାଇଛନ୍ତି । ସେପଟେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭୟକାନ୍ତ ପାଠକ । ସେପଟେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଜାମିନ ଆବେଦନ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.