Below header

ଦୁଇ ଦିନିଆ ସଟଡାଉନର ଆଜି ଦ୍ୱିତୀୟ ଦିନ, ଚାରିଆଡେ କଟକଣା ବଳବତ୍ତର

ଦୁଇ ଦିନିଆ ସଟଡାଉନର ଆଜି ଦ୍ୱିତୀୟ ଦିନ। ଜୁନ୍ ମାସର ପ୍ରତ୍ୟେକ ଶନିବାର ଓ ରବିବାର ରାଜ୍ୟର ୧୧ ଜିଲ୍ଲା ସମ୍ପୂର୍ଣ୍ଣ ବନ୍ଦ ରହିଛି । ଗତକାଲି ପ୍ରଥମ ଦିନରେ ପୁରୀକୁ କଟକଣା ମୁକ୍ତ କରାଯାଇଥିବା ବେଳେ ଅନ୍ୟ ସବୁ ଜିଲ୍ଲାରେ ସଟଡାଉନ ପ୍ରଭାବ ଦେଖିବାକୁ ମିଳିଥିଲା। ଲୋକେ ସ୍ୱତଃପ୍ରବ୍ରୁତତ୍ତ ଭାବେ ସଟଡାଉନ ମାନି ଘରେ ରହିଥିଲା। ଅଧିକ କରୋନା ପ୍ରଭାବିତ ଜିଲ୍ଲା ଗଞ୍ଜାମଳ ପୁରୀ, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗୀର ଶନିବାର ଓ ରବିବାର ଦୁଇ ଦିନିଆ ସଟଡାଉନ ଘୋଷଣା ହୋଇଛି।

ଏହି ସମୟରେ ଘରୁ ବାହାରିବା ମନା । କେବଳ ମିଳିବ ଜରୁରୀ ସେବା ଖୋଲା ରହିବ। ଏଟିଏମ୍ ଓ ଆରବିଆଇ ଆଦି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସଂସ୍ଥା ଖୋଲିବ । ଏୟାରପୋର୍ଟ, ରେଲେଓ୍ଵ ଷ୍ଟେସନ୍, ବସଷ୍ଟାଣ୍ଡ ଓ ଏ ସଂପର୍କିତ ଅଫିସ୍ ଏବଂ କର୍ମଚାରୀ ଯାଆସ କରିପାରିବେ । ସ୍ୱିଗି ଓ ଜୋମାଟୋ ଆଦି ସଂସ୍ଥାଙ୍କୁ ଖାଦ୍ୟ ହୋମ୍ ଡେଲିଭରୀ ପାଇଁ ଅନୁମତି ଦିଆଯାଇଛି । ଖବରକାଗଜ ହକରମାନେ ସକାଳ ୫ଟାରୁ ୮ଟା ପର୍ଯ୍ୟନ୍ତ କାମ କରିପାରିବେ ।

ଏଲପିଜି ବିତରଣ, ରନ୍ଧନ ଗ୍ୟାସ୍ ହୋମ୍ ଡେଲିଭରୀ ଜାରି ରହିବ । ସଟଡାଉନ ସମୟରେ ଟ୍ଵିନ୍ସିଟିରେ ଯାଆସ ପାଇଁ କମିଶନରେଟ୍ ପୋଲିସ୍ ମଧ୍ୟ ଜାରି କରିଛି ଗାଇଡ୍ଲାଇନ୍ । ମେଡିକାଲ, ହସ୍ପିଟାଲ, ନର୍ସିଂ ହୋମ୍, ଆମ୍ବୁଲାନ୍ସ କର୍ମଚାରୀ ପରିଚୟ ପତ୍ର ଓ ଗାଡି ପାସ୍ ଦେଖାଇ ଯାଇପାରିବେ । ମେଡିସିନ୍ ଷ୍ଟୋର ଓ ଫାର୍ମାସୀ ଷ୍ଟାଫ୍, ଟ୍ରେଡ୍ ଲାଇସେନ୍ସ କିମ୍ବା ପୁରୁଣା ପୋଲିସ ପାସ୍ ଦେଖାଇ ଯାଇପାରିବେ । ଟେଲିକମ୍ କର୍ମଚାରୀ, ପେଟ୍ରୋଲ ପମ୍ପ କର୍ମଚାରୀ, ବିଦ୍ୟୁତ ବିଭାଗ କର୍ମଚାରୀ, ଆଇଟି କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି କମ୍ପାନୀ ପରିଚୟ ପତ୍ର ଦେଖାଇ ନିଜ କର୍ମକ୍ଷେତ୍ରକୁ ଯାଇପାରିବେ । ଓଲା, ଓବେର ଆଦି ଚଳାଚଳ ପାଇଁ ପୋଲିସ ପାସ୍ ଆବଶ୍ୟକ । ଏହି ସମୟରେ ମାଲବାହୀ ଗାଡି ଚଳାଚଳରେ କୌଣସି କଟକଣା ରହିବ ନାହିଁ । ବାହାଘର କିମ୍ବା ଶେଷକ୍ରୁତ୍ୟ ପାଇଁ ପୋଲିସ ପାସ ଦେବ। ଏଥିସହ ଜରୁରୀକାଳୀନ ସ୍ଥିତିରେ ୧୦୦କୁ ଡାଏଲ କରି ପାସ ଆଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.