ଦୁଇ ଥର ବିବାହ ଭାଙ୍ଗିଯିବା ପରେ ପୁଣିଥରେ ପ୍ରେମରେ ପଡିଲେ ଶ୍ୱେତା ତିୱାରୀ, ଏନେଇ ନିଜେ କଲେ ଖୁଲାସା

ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ ନିଜ ପର୍ସନାଲ ଲାଇଫକୁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଶ୍ୱେତା ଦୁଇ ଥର ବିବାହ କରିଥିଲେ ମଧ୍ୟ ଦୁଇଥର ଯାକ ବିଫଳ ହୋଇଛନ୍ତି। ସୂଚନାଯୋଗ୍ୟ ଶ୍ୱେତା ୧୯୯୮ ମସିହାରେ ରାଜା ଚୌଧରିଙ୍କୁ ପ୍ରଥମେ ବିବାହ କରିଥିଲେ। ଉଭୟଙ୍କର ଏକ ଝିଅ ମଧ୍ୟ ରହିଛି। ଏହାପରେ ୨୦୧୩ ମସିହାରେ ଅଲଗା ହୋଇଯାଇଥିଲେ। ଏହାପରେ ଶ୍ୱେତା ଅଭିନବ କୋହଲିଙ୍କ ସହ ବିବାହ କରିଥିଲେ। ଅଭିନବ ଏବଂ ଶ୍ୱେତାଙ୍କର ମଧ୍ୟ ଏକ ପୁଅ ମଧ୍ୟ ରହିଛି। କିନ୍ତୁ ଦ୍ଵିତୀୟ ପତି ଅଭିନବ କୋହଲିଙ୍କ ସହ ଶ୍ୱେତାଙ୍କ ସମ୍ପର୍କ ବେଶି ସମୟ ପର୍ଯ୍ୟନ୍ତ ତିଷ୍ଟି ପାରିନଥିଲା। ଦୁଇ ଦୁଇ ଥର ଭଲପାଇବାରେ ଅସଫଳ ହେବା ପରେ ଶ୍ୱେତାଙ୍କୁ ପୁଣି ଥରେ ତୃତୀୟ ଥର ପ୍ୟାର ହୋଇଛି। ଏନେଇ ଶ୍ୱେତା ନିଜେ ଏକ ସାକ୍ଷାତକାର ମାଧ୍ୟମରେ ପ୍ରକାଶ କରିଛନ୍ତି।

shweta-tiwari

ଶ୍ୱେତା କହିଛନ୍ତି, ସେ ନିଜ ପିଲାମାନଙ୍କ ସହ ଭଲପାଇବାର ବନ୍ଧନରେ ବାନ୍ଧି ହୋଇରହିଛନ୍ତି। ବର୍ତ୍ତମାନ ତାଙ୍କର ପ୍ରଥମେ ଜରୁରୀ ହେଉଛନ୍ତି ପୁଅ ରେୟାଂସ କୋହଲି ଏବଂ ଦ୍ୱିତୀୟରେ ଝିଅ ପଲକ ତିୱାରି। ସେ ନିଜର ସବୁ ସମୟ ପିଲାମାନଙ୍କ ସହ ବିତାଇବାକୁ ଚାହାନ୍ତି ବୋଲି କହିଛନ୍ତି।

ସୂଚନା ଅନୁଯାୟୀ ଶ୍ୱେତା ନିଜର ଦ୍ଵିତୀୟ ବିବାହକୁ ଏକ ଜାହାରିଲା ଘାଵ କହିଛନ୍ତି। ଶ୍ୱେତାଙ୍କ ଟେଲିଭିଜନ କାର୍ଯ୍ୟକ୍ରମ କହିବାକୁ ଗଲେ ସେ ‘ବିଗବସ ୪’ର ବିଜେତା ହୋଇଥିବା ବେଳେ ବର୍ତ୍ତମାନ ‘ମେରେ ଡାଡ କି ଦୁଲହନ’ ରେ ନଜର ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.