ଦୀର୍ଘ ଅଢ଼େଇ ମାସ ପରେ ଭକ୍ତ ଆଉ ଭଗବାନଙ୍କ ହେବ ମିଳନ, ଖୋଲିବ ବିଭିନ୍ନ ଧାର୍ମିକଅନୁଷ୍ଠାନ

କରୋନା ଲକଡାଉନରେ ସବୁ କିଛି ବନ୍ଦ। ଏମିତିକି ଭକ୍ତ ଏବଂ ଭଗବାନଙ୍କ ମଝିରେ ଫାଟ ସ୍ରୁଷ୍‌ଟି କରୁଥିଲା ଲକଡାଉନ। କିନ୍ତୁ ଦୀର୍ଘ ଅଢେଇମାସ ପରେ ଖୋଲିବ ବିଭିନ୍ନ ଧାର୍ମିକଅନୁଷ୍ଠାନ। କରୋନା କଟକଣା ଭିତରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି କେଦ୍ର ସରକାର। ସେଥିପାଇଁ ସମସ୍ତ ପ୍ରାମ୍ଭିକପ୍ରସ୍ତୁତି ଆରମ୍ଭ ହୋଇଛି। ଜୁନ ୮ ତାରିଖରେ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ଘୋଷଣା କରିଛନ୍ତି ସରକାର। ସାମାଜିକ ଦୂରତା ସହ ସରକାର ଜାରୀ କରିଥିବା ନୂଆ ନିୟମକୁ ମଧ୍ୟ ଭକ୍ତମାନେ ପାଳନ କରିବେ। ତେବେ ଧାର୍ମିକ ସମାବେଶ ଓ ସମାଗମକୁ ଅନୁମତି ଦେଇନାହାଁନ୍ତି ସରକାର। ସେହିଭଳି କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିବା ଅଞ୍ଚଳ ଗୁଡିକରେ ଖୋଲିବ ନାହିଁ ଧାର୍ମିକ ଅନୁଷ୍ଠାନ। ତେବେ କୋଲକତା ଓ ପଶ୍ଚିମବଙ୍ଗରେ ୧୫ ତାରିଖରୁ ମନ୍ଦିର ଖୋଲବାକୁ ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.