Below header

ଆଜି ବିଜେଡି କାର୍ଯ୍ୟକାରିଣୀ ବୈଠକ, ୨୦୨୪ ନିର୍ବାଚନ ନେଇ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ

ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ବିରାଟ ପ୍ଲାନ୍। ଆଜି ଶଙ୍ଖଭବନରେ ପଡ଼ିବ ମୂଳଦୂଆ। ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ଓ ପରିଷଦ ବୈଠକ ବସୁଛି । ୩ ବର୍ଷ ପରେ ବିଜେଡିର କାର୍ଯ୍ୟକାରିଣୀ ବସିବାକୁ ଯାଉଛି। ସବୁ ବିଧାୟକ, ସାଂସଦ ଓ ବରିଷ୍ଠ ନେତା ଉପସ୍ଥିତ ରହିବେ ।

ଭୁବନେଶ୍ୱର (କେନ୍ୟୁଜ): ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ବିରାଟ ପ୍ଲାନ୍। ଆଜି ଶଙ୍ଖଭବନରେ ପଡ଼ିବ ମୂଳଦୂଆ। ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ଓ ପରିଷଦ ବୈଠକ ବସୁଛି । ୩ ବର୍ଷ ପରେ ବିଜେଡିର କାର୍ଯ୍ୟକାରିଣୀ ବସିବାକୁ ଯାଉଛି। ସବୁ ବିଧାୟକ, ସାଂସଦ ଓ ବରିଷ୍ଠ ନେତା ଉପସ୍ଥିତ ରହିବେ । ଆସନ୍ତା ୨୬ ତାରିଖରେ ବିଜେଡିର ୨୭ ତମ ପ୍ରତିଷ୍ଠା ଦିବସ ପାଳିତ ହେବାକୁ ଯାଉଛି । ପ୍ରତିଷ୍ଠା ଦିବସରେ ବହୁ ଜନହିତକର କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ । ୨୦୨୪ ନିର୍ବାଚନ ପାଇଁ ମୂଳଦୂଆ ପଡ଼ିବ । ୫୦ ପ୍ରତିଶତରୁ ଅଧିକ ମତଦାନ ନିଜ ସପକ୍ଷରେ ଆଣିବା ପାଇଁ ଟାର୍ଗେଟ ରଖିଛି ବିଜେଡି । ଏବେ ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୩ କୋଟି ୨୬ ଲକ୍ଷ। ଏଥିରୁ ୧ କୋଟି ୩୦ ଲକ୍ଷରୁ ଅଧିକ ଭୋଟ ବିଜେଡି କିପରି ନିଜ ସପକ୍ଷରେ ଆଣିବ ସେନେଇ ଆଜି ମୂଳଦୂଆ ପକାଇବ ବିଜେଡି।

ଆଜି ଠାରୁ ଜିଲ୍ଲାସ୍ତରରେ ରାଜ୍ୟ ସରକାର ୟୁଥ କନକ୍ଲେଭ କରିବାକୁ ଯାଉଛନ୍ତି। ଏଥିରେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗ ଦେବେ। ଆସନ୍ତା ୨୩ରେ ସମ୍ଭବତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯିବେ। ପଦ୍ମପୁରକୁ ଜିଲ୍ଲା ମାନ୍ୟତାନେଇ ଘୋଷଣା ଖୁବଶୀଘ୍ର କରିପାରନ୍ତି ରାଜ୍ୟ ସରକାର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.