ରାଜ୍ୟରେ ଖସୁଛି ପାରଦ : ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଜାଡ଼

ଖସୁଛି ପାରଦ, ବଢ଼ୁଛି ଶୀତ। ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଜାଡ଼ । ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି । ପାହାଡ଼ିଆ ଅଞ୍ଚଳରେ ରାତିର ପାରଦ ଲଗାତର ଭାବେ ତଳ ମୁହାଁ ହୋଇଛି। ୭ ଡିଗ୍ରୀ ସହ ସବୁଠୁ ଥଣ୍ଡା ସହର ପାଲଟିଛି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି।

(କେନ୍ୟୁଜ): ଖସୁଛି ପାରଦ, ବଢ଼ୁଛି ଶୀତ। ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଜାଡ଼ । ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି । ପାହାଡ଼ିଆ ଅଞ୍ଚଳରେ ରାତିର ପାରଦ ଲଗାତର ଭାବେ ତଳ ମୁହାଁ ହୋଇଛି। ୭ ଡିଗ୍ରୀ ସହ ସବୁଠୁ ଥଣ୍ଡା ସହର ପାଲଟିଛି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି। ଫୁଲବାଣୀର ତାପମାତ୍ରା ୯.୦ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଦାରିଙ୍ଗବାଡ଼ିର ତାପମାତ୍ରା ୯.୦୫ ଡିଗ୍ରୀ ରହିଛି । ସେହିପରି କେନ୍ଦୁଝର ଜିଲ୍ଲାରେ ତାପମାତ୍ର ୧୦ ଡିଗ୍ରୀ ତଳକୁ ଖସିଆସିଛି। ଶୀତ ଦାଉରୁ ରକ୍ଷା ପାଇବାକୁ ଲୋକେ ନିଆଁ ପୁଇଁ ହେଉଛନ୍ତି।

୧୭ ତାରିଖ ଯାଏ ପାରଦ ତଳମୁହାଁ ହେବ । ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଥିବାରୁ ଶୀତ ଜାରି ରହିବ। ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.