ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ T20: ସୂର୍ଯ୍ୟଙ୍କ ଶତକ ପରେ କୁଲଦୀପଙ୍କ ବୋଲିଂରେ ସିରିଜ ଜିତିଲା ଭାରତ

ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକ ପରେ କୁଲଦୀପ ଯାଦବଙ୍କ ଘାତକ ବୋଲିଂ ବଳରେ ଭାରତ ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍‌କୁ ୧୦୬ ରନରେ ଜିତି ନେଇଛି। ଏହି ବିଶାଳ ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌କୁ ୧-୧ ବରାବର କରି ପାରିଛି।

ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ T20 ଜିତି ସିରିଜି ଅମୀମାଂସିତ ରଖିଲା ଭାରତ । ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକ ଏବଂ ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କ ୫ ୱିକେଟ୍ ସଫଳତା ବଳରେ ଭାରତ ତୃତୀୟ T20କୁ ୧୦୬ ରନରେ ଜିତି ନେଇଛି। ୨୦୨ ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ଘରୋଇ ଦଳ ୧୩.୫ ଓଭରରେ ୯୫ ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ୧୪ତମ ଓଭରରେ ୫ ବଲ୍ ଭିତରେ ୩ ୱିକେଟ୍ ନେଇ କୁଲଦୀପ ୫ ୱିକେଟ୍ ସଫଳତା ସହ ମ୍ୟାଚ୍ କବଜା କରିନେଇଥିଲେ ।ପ୍ରଥମ ମ୍ୟାଚ ବର୍ଷା ଧୋଇ ନେଇଥିଲା ବେଳେ ଦ୍ବିତୀୟ ମ୍ୟାଚକୁ ଘରୋଇ ଦଳ ଜିତିଥିଲା। ଗୁରୁବାର ତୃତୀୟ ମ୍ୟାଚକୁ ଭାରତ ଜିତି ଶୃଙ୍ଖଳାକୁ ୧-୧ରେ ଶେଷ କରିଛି। ରବିବାରଠୁ ଏହି ଦୁଇ ଟିମ୍ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.