Below header

ସଂସଦରେ ସ୍ମୋକ ଆଟାକ ଘଟଣା: ଦିଲ୍ଲୀରୁ ମୁଖ୍ୟ ଅଭିଯୁକ୍ତ ଲଳିତ ଝା ଗରିଫ

ସଂସଦ ସୁରକ୍ଷା ବିଭ୍ରାଟ ମାମଲାରେ ଦିଲ୍ଲୀରୁ ମୁଖ୍ୟ ଅଭିଯୁକ୍ତ ଲଳିତ ଝାକୁ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଦେଶର ବିଭିନ୍ନ ସ୍ଥାନରେ ଲୋକେସନ ଟ୍ରାକ ମାଧ୍ୟମରେ ଛାନଭିନ କରିଥିଲା । ଆଜି ବିଳମ୍ବିତ ସଂଧ୍ୟାରେ ତାକୁ ଦିଲ୍ଲୀରୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ନୂଆଦିଲ୍ଲୀ : ସଂସଦରେ ସ୍ମୋକ ଆଟାକ ଘଟଣାରେ ମାଷ୍ଟର ମାଇଣ୍ଡ ଗିରଫ । ମାଷ୍ଟର ମାଇଣ୍ଡ ଲଳିତ ଝାକୁ ଗରିଫ କରିଛି ଦିଲ୍ଲୀ ପୋଲିସ । ନିଜ ଆଡ଼ୁ ଦିଲ୍ଲୀର ଏକ ଥାନାରେ ଆତ୍ମସମର୍ପଣ କରିଛି ମାଷ୍ଟରମାଇଣ୍ଡ । ଅପରେସନ୍ ସ୍ମୋକ କାନିଷ୍ଟର ମାମଲାରେ ଲଲିତ ଝା ମୁଖ୍ୟ ଅଭିଯୁକ୍ତ ।

ଅନ୍ୟପଟେ ପୂର୍ବରୁ ଗିରଫ ୪ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ଦିଲ୍ଲୀ ପୋଲିସ। ୪ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସର ସ୍ପେସାଲ ସେଲ୍। ଅପରେସନ୍ ସ୍ମୋକ କାନିଷ୍ଟର ମାମଲାରେ ଅଭିଯୁକ୍ତମାନଙ୍କୁ ୧୫ ଦିନିଆ ରିମାଣ୍ଡରେ ନେବାକୁ ଚାହିଁଥିଲା ଦିଲ୍ଲୀ ପୋଲିସ। କିନ୍ତୁ ୭ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି ଦିଲ୍ଲୀ ପଟିଆଲା ହାଉସକୋର୍ଟ। ବୁଧବାର ଲୋକସଭା ଭିତରୁ ସାଗର ଶର୍ମା ଓ ଡି. ମନୋରଞ୍ଜନଙ୍କୁ ଗିରଫ କରାଯାଇଥିଲା। ନୀଲମ ଦେବୀ ଓ ଅମୋଲ ସିନ୍ଦେଙ୍କୁ ପାର୍ଲ୍ୟାମେଣ୍ଟ ବାହାରୁ ଗିରଫ କରାଯାଇଥିଲା। ଅପରେସନ୍ କଲର ସ୍ମୋକ୍ କୁ କିଭଳି ଚୂଡ଼ାନ୍ତ ରୂପରେଖ ଦେଇଥିଲେ ?

ଏହା ପଛରେ କଣ ଥିଲା ଉଦ୍ଦେଶ୍ୟ ? ପ୍ଲାନିଂ କେମିତି ହୋଇଥଲା ? ଏହା ପଛରେ କୌଣସି ଆତଙ୍କବାଦୀ ସଂଗଠନ ଅଛି କି ? ଏ ସଂପର୍କରେ ଟିକିନିକି ପଚାରୁଛି ଦିଲ୍ଲୀ ପୋଲିସ । ବୁଧବାର ଶାଗର ଶର୍ମା ଓ ଡି ମନୋରଞ୍ଜନ ପାର୍ଲ୍ୟାମେଣ୍ଟ ଭିତରେ ସ୍ମୋକ କାନିଷ୍ଟର ଆଟାକ କରିଥିଲେ। ପାସ୍ ନପାଇବାରୁ ସଂସଦ ବାହାରେ ସ୍ମୋକ୍ ବୋମା ଧରି ସ୍ଲୋଗାନ ଦେଇଥିଲେ ଅନ୍ୟ ଦୁଇ ଜଣ। ଏମାନଙ୍କ ବିରୋଧରେ ଆତଙ୍କବାଦ ନିରୋଧ ଆଇନ UAPA ର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କୁ ଅଧିକ ତଦନ୍ତ ପାଇଁ ମୁମ୍ବାଇ ଓ ଲକ୍ଷ୍ନୌକୁ ନେଇପାରେ ଦିଲ୍ଲୀ ପୋଲିସ। ମୁମ୍ବାଇରୁ କାନିଷ୍ଟର କିଣିଥିଲେ ଅଭିଯୁକ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.