Below header

ଆଜି ବିଶ୍ୱ ଯକ୍ଷ୍ମା ଦିବସ: ପୁରୀ ବେଳାଭୂମିରେ ଶିଳ୍ପୀ ମାନସ କୁମାର ସାହୁଙ୍କ ଦ୍ଵାରା ବାଲୁକା କଳା

ପୁରୀ: ଆଜି ବିଶ୍ୱ ଯକ୍ଷ୍ମା ଦିବସ । ଏହି ଉପଲକ୍ଷେ ପୁରୀ ବେଳାଭୂମିରେ ଜାତୀୟ ଯକ୍ଷ୍ମା ନିରାକରଣର ଜିଲ୍ଲା ୟୁନିଟ ଦ୍ଵାରା ସଚେତନତା କାର୍ଯ୍ୟକ୍ରମ ସହ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଛି । ବାଲୁକାଶିଳ୍ପୀ ମାନସ କୁମାର ସାହୁଙ୍କ ଦ୍ଵାରା ଯକ୍ଷ୍ମା ସଚେତନତା ବାଲୁକା ଶିଳ୍ପ ପ୍ରଦର୍ଶିତ ହୋଇଥିଲା ।

ପୌରସଂସ୍ଥା ଅତିରିକ୍ତ ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଯକ୍ଷ୍ମା ବିଭାଗ ଏଡିପିଏଚଓ ଡଃ ଲଲାଟେନ୍ଦୁ ମିଶ୍ର ପ୍ରମୁଖ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସାରା ରାଜ୍ୟରେ ଯକ୍ଷ୍ମା ସଂକ୍ରମଣରେ ଜିଲ୍ଲାର ସ୍ଥାନ ଗତବର୍ଷ ୧୪ ସ୍ଥାନରେ ଥିବାବେଳେ ଗତ ତିନି ମାସରେ ୨୨୧ ଜଣ ଯକ୍ଷ୍ମା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଗତ ତିନି ମାସ ମଧ୍ୟରେ ଜିଲ୍ଲାର ସ୍ଥାନ ୧୧ରେ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.