ଭାରତରେ ଲଞ୍ଚ ହେଲା ୱାନପ୍ଲସ ୯ ସିରିଜ୍, ଜାଣନ୍ତୁ କ’ଣ ରହିଛି ଦାମ୍ ଏବଂ ଫିଚର୍ସ

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷର ଲଞ୍ଚ ହୋଇଛି OnePlusର ଫ୍ଲାଗସିପ୍ ସ୍ମାର୍ଟଫୋନ୍ OnePlus 9 । କମ୍ପାନୀ ଲାଇଭ ଇଭେଣ୍ଟ କରି ଏହି ସିରିଜର OnePlus 9, OnePlus 9 Pro ଓ OnePlus 9R ଲଞ୍ଚ୍ କରିଛି । ଏହା ସହିତ ୱାନପଲସ ୱାଚ ଲଞ୍ଚ କରିଛି। ଜାଣନ୍ତୁ OnePlus 9 ର ଫିଚର୍ସ ସମ୍ପର୍କରେ…

ସୂଚନା ଅନୁସାରେ OnePlus 9, OnePlus 9 Pro ଓ OnePlus 9 ୨ଟି ଭେରିଏଣ୍ଟରେ ଲଞ୍ଚ୍ ହୋଇଛି । ୱାନପ୍ଲସ୍ ୯(୮ ଜିବି ରାମ୍ ଓ ୧୨୮ ଜିବି ରମ୍)ର ଦାମ୍ ୪୯,୯୯୯ ଟଙ୍କା ରହିଥିବା ବେଳେ ୧୨ ଜିବି ରାମର ଦାମ୍ ୫୪,୯୯୯ ଟଙ୍କା ରହିଛି ।

ସେହିଭଳି ୱାନପ୍ଲସ୍ ୯ ପ୍ରୋ (୮ ଜିବି ରାମ୍ ଓ ୧୨୮ ଜିବି ରମ୍)ର ଦାମ୍ ୬୪,୯୯୯ ଟଙ୍କା । ୱାନପ୍ଲସ୍ ୯ ପ୍ରୋ ୧୨ ଜିବି ଓ ୨୫୬ ଜିବି ମଡେଲର ଦାମ୍ ୬୯,୯୯୯ ଟଙ୍କା । ଏଥିରେ ୬.୭ ଇଞ୍ଚର QHD+AMOLED ଡିସପ୍ଲେ ରହିଛି। ରିପୋର୍ଟ ଅନୁସାରେ OnePlus 9R ସ୍ମାର୍ଟଫୋନ୍ ଏହି ସିରିଜର ସବୁଠାରୁ ଶସ୍ତା ଫୋନ୍ । ଏହାର ୮ ଜିବି ରାମ୍ ଓ ୧୨୮ ଜିବି ରମର ଦାମ୍ ୩୯,୯୯୯ ଟଙ୍କା । ଏହାର ୧୨ ଜିବି ଓ ୨୫୬ ଜିବି ଭେରିଏଣ୍ଟର ଦାମ୍ ୪୩,୯୯୯ ଟଙ୍କା ।

one plus
photo credit: Gizmochina

ରିପୋର୍ଟ ଅନୁସାରେ OnePlus 9 ରେ Arctic Sky, Astral Black ଓ Winter Mist କଲର ଅପ୍ସନ ମିଳିବ । OnePlus 9 Pro ରେ Morning Mist, Pine Green ଓ Stellar Blackର କଲର୍ସ ଅପ୍ସନ ମିଳିବ । ଏହା ବ୍ୟତୀତ OnePlus 9Rରେ ଆପଣଙ୍କୁ Carbon Black ଓ Lake Blue କଲର୍ସ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.