Below header

ବିବାଦ ପରେ କାଲି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି: ୫ ଘଣ୍ଟା ବନ୍ଦ ରହିବ ଦର୍ଶନ

ଆସନ୍ତାକାଲି ଶ୍ରାବଣ ମଳ କୃଷ୍ଣ ନବମୀ ତିଥି। ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ବନକଲାଗି ନୀତି ହେବ । ସନ୍ଧ୍ୟା ପାଖାପାଖି ୬ଟାରୁ ରାତି ୧୧ଟା ଭିତରେ ଏହି ନୀତି ସମ୍ପାଦିକ ହେବ। ଏହି ସମୟରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।

ପୁରୀ (କେନ୍ୟୁଜ): ଆସନ୍ତାକାଲି ଶ୍ରାବଣ ମଳ କୃଷ୍ଣ ନବମୀ ତିଥି। ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ବନକଲାଗି ନୀତି ହେବ । ସନ୍ଧ୍ୟା ପାଖାପାଖି ୬ଟାରୁ ରାତି ୧୧ଟା ଭିତରେ ଏହି ନୀତି ସମ୍ପାଦିକ ହେବ। ଏହି ସମୟରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।

ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବନକଲାଗିକୁ ନେଇ ବହୁ ଦିନରୁ ବିବାଦ ଲାଗି ରହିଥିଲା । ନୀଳାଦ୍ରି ବିଜେ ପରଠୁ ଶ୍ରୀଜିଉଙ୍କର ବନକଲାଗି ନୀତି ହୋଇ ନାହିଁ । ନିକଟରେ ଶ୍ରୀମନ୍ଦିର ପରିଚାଳନା ବୈଠକରେ ବିଚାରବିମର୍ଶ ପରେ ଏହି ନୀତି କରିବାକୁ ଦତ୍ତମହାପାତ୍ର ସେବକ ରାଜି ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.