ଝିଅ ମାନଙ୍କୁ ଚାଟିଂରେ ପଠାଉଛନ୍ତି କି Red Heart? ତା’ହେଲେ ଜିରୋ ଟଲେରାନ୍ସ ନିୟମ ପାଇଁ ଯିବେ ଜେଲ, ଭରିବେ ଜରିମାନା

କଥା ହେବା ସମୟରେ ଝିଅ ମାନଙ୍କୁ ପଠାଉଛନ୍ତି କି ହାର୍ଟ ଇମୋଜି ? ତେବେ ଜେଲ ଯିବା ପାଇଁ ରେଡି ହୋଇଯାଆନ୍ତୁ । କେହି ବି ଏଭଳି ଭୁଲ କଲେ ସେଥପାଇଁ କିଛି କ୍ଷମା ମିଳିବନି ବରଂ ଜିରୋ ଟଲେରାନ୍ସ ନୀତି ଅନ୍ତର୍ଗତ ମିଳିବ ଜେଲ ଦଣ୍ଡ ଆଉ ଦେବାକୁ ପଡିବ ଲକ୍ଷାଧିକ ଟଙ୍କାର ଜରିମାନା ।

କଥା ହେବା ସମୟରେ ଝିଅ ମାନଙ୍କୁ ପଠାଉଛନ୍ତି କି ହାର୍ଟ ଇମୋଜି ? ତେବେ ଜେଲ ଯିବା ପାଇଁ ରେଡି ହୋଇଯାଆନ୍ତୁ । କେହି ବି ଏଭଳି ଭୁଲ କଲେ ସେଥପାଇଁ କିଛି କ୍ଷମା ମିଳିବନି ବରଂ ଜିରୋ ଟଲେରାନ୍ସ ନୀତି ଅନ୍ତର୍ଗତ ମିଳିବ ଜେଲ ଦଣ୍ଡ ଆଉ ଦେବାକୁ ପଡିବ ଲକ୍ଷାଧିକ ଟଙ୍କାର ଜରିମାନା ।

ସୋସିଆଲ ମିଡିଆ ଆଉ ତାର କ୍ରେଜ, ଦିନକୁ ଦିନ ଯେତେ ବଢୁଛି ଏହାକୁ ନେଇ ନୂଆ ନିୟମ ବି ଲାଗୁ ହେଉଛି। ଏବେ ସମସ୍ତେ ଯେହେତୁ ସୋସିଆଲ ମିଡ଼ିଆ ବ୍ୟବହାର କରୁଛନ୍ତି ତେଣୁ ନୂଆ ନିୟମ ସମ୍ପର୍କରେ ବି ଜାଣିରଖନ୍ତୁ । ଏବେ ଆପଣ ଯଦି କାହାକୁ ଇମୋଜି ପଠାଉଛନ୍ତି ତେବେ ଆଉ କିଛି ଶୁଣା ଶୁଣି ନାହିଁ , ସିଧା ଜେଲ ଯିବେ । ଆପଣ କହିବେ ଏବେ ଆମେ ଯାହା ଲେଖି ନପାରୁ ତାହା ଆମେ ଇମୋଜୀ ଦ୍ୱାରା ଅନ୍ୟକୁ ଜଣାଇଥାଉ। କିନ୍ତୁ ଏବେ ଆଉ ସେମିତି ସୁବିଧା ମିଳିବ ନାହିଁ । ଏମିତି କରୁଥିଲେ ସିଧା ଜେଲ ଯିବେ । ବିଶେଷ କରି ଜଦି ଆପଣ ହାର୍ଟ ଇମୋଜି ପଠାଉଛନ୍ତି ଆପଣଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ । ଜାଣନ୍ତୁ କଣ ପାଇଁ ଆଉ କେଉଁଠି ଏଭଳି ନିୟମ ଲାଗୁ ହୋଇଛି ..

ଏହି ନିୟମ ଆରବ ଦେଶରେ ଲାଗୁ ହୋଇଛି । ଯେଉଁଠି ଅନେକ ଭାରତୀୟ ଯାଇ ମଧ୍ୟ ରହୁଛନ୍ତି । ସେଠାରେ ରହି ଯଦି ଆପଣ କାହାକୁ ଫୋନ ରେ ହାର୍ଟ ଇମୋଜୀ ପଠାଉଛନ୍ତି ତେବେ ଜେଲ ଯିବେ । ଯଦି ଏହାସମ୍ପର୍କରେ ଜାଣିନାହାନ୍ତି ଭିଡିଓ ଦେଖି ଜାଣି ନିଅନ୍ତୁ..

ସାଉଦି ଆରବର କଠୋର ନିୟମ ବିଷୟରେ ଆପଣ ଶୁଣିଥିବେ। ଯଦିଓ ଏହି କଠୋର ନିୟମଗୁଡ଼ିକ ଅପରାଧ କରୁଥିବା ବ୍ୟକ୍ତିଙ୍କ ପାଇଁ ହିଁ ରହିଥାଏ। କିନ୍ତୁ ଏବେ ଏଠି ରୁଟିନ୍‌ ଲାଇଫ୍‌ରେ ମଧ୍ୟ କିଛି ଭୁଲ୍ କଲେ ଆପଣଙ୍କ ଉପରେ ଏକଦମ୍‌ ଭାରି ପଡ଼ିପାରେ। ସାଉଦି ଆରବରେ ଯଦି ଆପଣ ହ୍ଵାଟସ୍‌ଆପରେ ନାଲି ରଙ୍ଗର ହାର୍ଟ ଇମୋଜି କାହାକୁ ପଠାଇବାର ଭୁଲ୍ କରି ବସନ୍ତି, ତ ଆପଣଙ୍କୁ ଜେଲ୍ ମଧ୍ୟ ହୋଇପାରେ। ଏଥି ସହିତ ଲକ୍ଷାଧିକ ଟଙ୍କା ପର୍ଯ୍ୟନ୍ତ ଜରିମାନା ମଧ୍ୟ ଲାଗିପାରେ।

କୁଏତ ଏବଂ ସାଉଦି ଆରବରେ ମହିଳାଙ୍କୁ ହାର୍ଟ ଇମୋଜି ପଠାଇଲେ ମିଳିବ ଜେଲଦଣ୍ଡ । ହ୍ୱାଟସଆପରେ ମହିଳା କିମ୍ବା ଯୁବତୀଙ୍କୁ ହାର୍ଟ ଇମୋଜି ପଠାଇବା ଅପରାଧ ବୋଲି ଧରାଯିବ । ଏହାର ଅବମାନନା କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୁଏତରେ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ୨୦୦୦ କୁଏତ ଦିନାର ଜରିମାନା ଦେବାକୁ ପଡ଼ିବ । ସେହିପରି ସାଉଦି ଆରବରେ ହାର୍ଟ ଇମୋଜି ପଠାଇଲେ ଜେଲଦଣ୍ଡ ସହ ୧୦୦,୦୦ ସାଉଦି ରିୟାଲ୍ ଜରିମାନା ଦେବାକୁ ହେବ ।

ସାଉଦି ଆରବରେ ଆଣ୍ଟି-ଫ୍ରଡ୍ ଆସୋସିଏସନର ସଦସ୍ୟ ଅଲ ମୋଆତାଜ୍ କହିଛନ୍ତି, ହ୍ୱାଟସଆପରେ ରେଡ୍ ହାର୍ଟ ଇମୋଜି ପଠାଇବା ଏକ ବଡ଼ ଅପରାଧ । ସାଉଦି ଆରବରେ ଆଇଟି ନିୟମ ବହୁତ କଡ଼ାକଡ଼ି ରହିଛି। ଏଠାରେ କାହାକୁ ହାର୍ଟ ଇମୋଜି ପଠାଇବା ଯୌନ ଉତ୍ପୀଡ଼ନ ଅପରାଧ ହିସାବରେ ଗଣାଯାଏ। ତେଣୁ ଯଦି କେହି କାହାକୁ ଏମିତି ଇମୋଜି ପଠାଇଦିଏ, ଆଉ ସାମ୍ନା ଲୋକ ଏ ନେଇ ଅଭିଯୋଗ କରିଦିଏ, ତେବେ ଏହା ଉତ୍ପୀଡ଼ନ ଅପରାଧ ଶ୍ରେଣୀରେ ଆସିଯିବ। ଏଠାରେ ଏହି ପ୍ରକାର ଅପରାଧକୁ ନେଇ ଜିରୋ ଟଲେରାନ୍ସ ନୀତି ବେଶ୍‌ କଠୋର ରହିଛି। ସାଉଦି ଆରବରେ ଏଭଳି ଅପରାଧ ପାଇଁ କିଛି କ୍ଷମା ନାହିଁ। ଜିରୋ ଟଲେରାନ୍ସ ନୀତି ଅନ୍ତର୍ଗତ ଦୋଷୀଙ୍କୁ ଶୀଘ୍ର ଦଣ୍ଡ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.