Below header

କାର ଧକ୍କାରେ ସ୍କୁଟିରୁ ଯାଇ ସିଧା ଡ୍ରେନରେ ପଡ଼ିଲେ ମହିଳା, ସିସିଟିଭିରେ କଏଦ ହେଲା ଭୟଙ୍କର ଦୃଶ୍ୟ

ଜଣେ କାର ଡ୍ରାଇଭର ଡାହାଣ ପାର୍ଶ୍ୱରୁ ଆସୁଥିବା ସ୍କୁଟିକୁ ଧକ୍କା ଦେଇଥିଲା । ପରେ ମହିଳା ଜଣଙ୍କ ସ୍କୁଟିରୁ ଛିଟିକି ପଡ଼ି ନିକଟରେ ଥିବା ଏକ ଡ୍ରେନରେ ପଡ଼ି ଯାଇଥିଲେ । ଅନେକ ଚେଷ୍ଟା ପରେ ତାଙ୍କୁ ଡ୍ରେନରୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା ।

ରାସ୍ତାରେ ଗାଡ଼ି ଚଲାଇବା ସମୟରେ ସତର୍କ ରହିବା ଆବଶ୍ୟକ ହୋଇଥାଏ । କାରଣ ରାସ୍ତାରେ ଯାଉଥିବା ସମୟରେ ଏକ ଛୋଟ ଭୁଲ ସାଂଘାତିକ ହୋଇପାରେ । ଅବହେଳା କାରଣୁ ଜୀବନ ମଧ୍ୟ ବିପଦରେ ପଡ଼ିପାରେ । କିନ୍ତୁ ଅନେକ ଥର ସତର୍କ ରହିବା ପରେ ମଧ୍ୟ ଲୋକମାନେ ସଡ଼କ ଦୁର୍ଘଟଣାର ଶିକାର ହୋଇଥାନ୍ତି । ଏହି ସମୟରେ ଜଣା ପଡ଼ିନଥାଏ ଭୁଲ କାହାର । କିନ୍ତୁ ବର୍ତ୍ତମାନ ଟେକ୍ନୋଲୋଜି ଦ୍ୱାରା ଏଭଳି ଭୁଲ ଅତି ସହଜରେ ଜଣା ପଡ଼ିଯାଉଛି । କାରଣ ରାସ୍ତାର ଅନେକ ସ୍ଥାନରେ ସିସିଟିଭି ସ୍ଥାପନ କରାଯାଇଛି । ଏହି ସିସିଟିଭି ଫୁଟେଜରେ ଦୁର୍ଘଟଣାର ଦୃଶ୍ୟ କଏଦ ହୋଇଯାଉଛି । ତେବେ ନିକଟରେ ଏଭଳି ଏକ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ସ୍କୁଟି ଚାଳକଙ୍କୁ ଏକ କାର ଧକ୍କା ଦେଇଥିଲା ।

ଏହି ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, ମହିଳା ଜଣଙ୍କ ସ୍କୁଟିରୁ ଛିଟିକି ପଡ଼ି ନିକଟରେ ଥିବା ଏକ ଡ୍ରେନରେ ପଡ଼ି ଯାଇଥିଲେ । ଇଣ୍ଟନେଟରେ ଭାଇରାଲ ହେଉଥିବା ଏହି ଦୁର୍ଘଟଣାରେ ଦେଖାଯାଇଛି ଯେ, ଜଣେ କାର ଡ୍ରାଇଭର ଡାହାଣ ପାର୍ଶ୍ୱରୁ ଆସୁଥିବା ସ୍କୁଟିକୁ ଧକ୍କା ଦେଇଥିଲା । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ସ୍କୁଟିରେ ଥିବା ମହିଳା କାରର ଡାହାଣ ପାର୍ଶ୍ୱରୁ ରାସ୍ତା ପାର ହେବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ପାର୍ଶ୍ୱରୁ ଆସୁଥିବା ଉକ୍ତ କାର ସ୍କୁଟିକୁ ଧକ୍କା ଦେଇଥିଲା। ଉଭୟ କାର ଏବଂ ସ୍କୁଟି ଦ୍ରୁତ ଗତିରେ ନିଜ ନିଜ ରାସ୍ତାରେ ଯାଉଥିଲେ । ଦୁଇ ଜଣ ଗାଡ଼ି ଚାଳକ ବିପରୀତ ପାର୍ଶ୍ୱରୁ ଗାଡ଼ି ଆସୁଛି ବୋଲି ଜାଣି ପାରି ନଥିଲେ । ସ୍କୁଟିରେ ବସିଥିବା ମହିଳା ସ୍ପିଡରେ ସ୍କୁଟି ଚଳାଉଥିଲେ । କାର ଚାଳକ ଗାଡିକୁ ଅଟକାଇବା ସମୟରେ ହିଁ ମହିଳାଙ୍କ ସ୍କୁଟି ସହ ଜୋରରେ ଧକ୍କା ହୋଇଥିଲା । ପରେ ମହିଳା ଜଣଙ୍କ ଗାଡ଼ିରୁ ଦୂରକୁ ଛିଟିକି ପଡ଼ିଥିଲେ ଏବଂ ନିକଟସ୍ଥ ଡ୍ରେନରେ ପଡ଼ି ଯାଇଥିଲେ ।

ଭାଇରାଲ ହୋଇଥିବା ଭିଡିଓରେ ଆପଣମାନେ ଦେଖିପାରିବେ ମହିଳା ଜଣଙ୍କ ଡ୍ରେନରେ କିପରି ପଡ଼ିଥିଲେ । ନିକଟରେ ଥିବା ଲୋକମାନେ ମହିଳାଙ୍କୁ ଏପରି ପଡ଼ିଥିବା ଦେଖି ଉଦ୍ଧାର କରିବା ପାଇଁ ଦୌଡ଼ି ଯାଇଥିଲେ । ପରେ ତାଙ୍କୁ ଡ୍ରେନରୁ ବାହାର କରିବା ପାଇଁ ଚେଷ୍ଟା କରାଯାଇଥିଲା । ଅନେକ ଚେଷ୍ଟା ପରେ ତାଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା । ଧକ୍କା ବହୁତ ଜୋରରେ ହୋଇଥିଲେ ମଧ୍ୟ ମହିଳା ଜଣଙ୍କର ଗୁରୁତର କ୍ଷତି ହୋଇନଥିଲା । ଭାଇରାଲ ଭିଡିଓ ଅନୁସାରେ କାର ଡ୍ରାଇଭର ଜଣଙ୍କ ଗାଡ଼ି ଅଟକାଇଥିଲେ ମଧ୍ୟ ମହିଳାଙ୍କ ଗାଡ଼ି ସ୍ପିଡରେ କୌଣସି ପରିବର୍ତ୍ତନ ହୋଇନଥିଲା । ତେଣୁ ମହିଳାଙ୍କୁ ଏଭଳି ଦୁର୍ଘଟଣାର ସାମ୍ନା କରିବାକୁ ପଡ଼ିିଥିଲା । ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିଲେ ମଧ୍ୟ ଲୋକମାନେ ସତର୍କ ହେଉନାହାନ୍ତି । ଦ୍ରୁତଗତିରେ ଗାଡ଼ି ଚଳାଇବା ଦ୍ୱାରା ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣା ଘଟୁଛି । ତେଣୁ ଆପଣ ଯଦି ସତର୍କ ରହିବେ ତେବେ ଏଭଳି ଭୟଙ୍କର ଦୁର୍ଘଟଣାରୁ ନିଜକୁ ବଞ୍ଚାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.