Below header

ଦୁଇ କୋଟି ପୁରସ୍କାର ଥିବା ଟପ ମାଓନେତା ରମନ୍ନାର ହୃଦଘାତରେ ମୃତ୍ୟୁ

ମାଲକାନଗିରି: ଦୁଇ କୋଟି ପୁରସ୍କାର ଥିବା ଟପ ମାଓନେତାର ହୃଦଘାତରେ ମୃତ୍ୟୁ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବସ୍ତର ଜଙ୍ଗଲରେ ଟପ ମାଓନେତା ରମନ୍ନାର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସିପିଆଇ-ମାଓବାଦୀର ଦଣ୍ଡକାରଣ୍ୟ ଜୋନାଲ କମିଟି ସଚିବ ରମନ୍ନା ଗତ କିଛି ଦିନ ଧରି ଅସୁସ୍ଥ ଥିବା ସୂଚନା ମିଳିଥିଲା। ସେ ଅନେକ ବଡ଼ ବଡ଼ ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ। ଓଡ଼ିଶା, ଛତିଶଗଡ଼, ଆନ୍ଧ୍ର, ତେଲଙ୍ଗାନାରେ ଅନେକ ହିଂସାକାଣ୍ଡରେ ଜଡ଼ିତ ଥିଲା ରମନ୍ନା। ତା ନାଁରେ ଦୁଇକୋଟି ଟଙ୍କାର ପୁରସ୍କାର ରାଶି ମଧ୍ୟ ରହିଛି। ରମନ୍ନାର ମୃତ୍ୟୁ ନେଇ ଛତିଶଗଡ଼ର ଆଣ୍ଟି ନକ୍ସଲ ଅପରେସନ ଆଇଜି ସୁନ୍ଦରରାଜନ ପି. ସ୍ପଷ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.