ସବ୍ ଇନ୍ସପେକ୍ଟର ଚାକିରି କରିବାକୁ ଚାହୁଁଛନ୍ତି ? ଖାଲି ପଡିଛି ଦୁଇ ହଜାରରୁ ଊର୍ଦ୍ଧ୍ବ ପଦବୀ

ସବ୍-ଇନ୍ସପେକ୍ଟର ଚାକିରି କରିବାକୁ ଚାହୁଁଛନ୍ତି କି ? ଆପଣଙ୍କ ପାଇଁ ଦିଲ୍ଲୀ ପୋଲିସରେ ଚାକିରି କରିବାକୁ ରହିଛି ସୁବର୍ଣ୍ଣ ସୁଯୋଗ। ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ୨,୭୪୫ଟି ପଦବୀ ଖାଲି ପଡିଥିବା ଘୋଷଣା କରାଯାଇଛି।

police

ଦିଲ୍ଲୀ ପୋଲିସରେ ୧୩୨ଟି ପୁରୁଷ ସବ୍ ଇନ୍ସପେକ୍ଟର ଏବଂ ୭୯ଟି ମହିଳା ସବ୍ ଇନ୍ସପେକ୍ଟର ପଦବୀ ଖାଲିପଡିଥିବା ବେଳେ, ୨୫୩୪ଟି ସବ୍ ଇନ୍ସପେକ୍ଟର ପଦବୀ ସିଆଇଏସ୍ଏଫରେ ମଧ୍ୟ ଖାଲି ପଡିଛି। ଏମାନଙ୍କ ମଧ୍ୟରେ ୧୦୭୨ଟି ସିଆରପିଏଫ୍ ପଦବୀ, ୬୧୧ଟି ବିଏସ୍ଏଫ୍ ପଦବୀ, ୬୧ଟି ଆଇଟିବିପି ପଦବୀ,୬୯୨ ସିଆଇଏସ୍ଏଫ୍ ଏବଂ ୯୮ଟି ଏସ୍ଏସବିରେ ପଦବୀ ଖାଲି ପଡିଛି।

ଉପଯୁକ୍ତ ପ୍ରାର୍ଥୀ ଲିଖିତ ପରୀକ୍ଷା, ଶାରିରୀକ ପରୀକ୍ଷା ଏବଂ ମେଡିକାଲ ପରୀକ୍ଷାରେ ପାସ୍ କରିବା ପାଇଁ ନିଯୁକ୍ତି ପାଇପାରିବେ। ଯଦି ଆପଣ ଚାକିରି କରିବା ପାଇଁ ଇଚ୍ଛୁକ ତେବେ ଷ୍ଟାଫ ସିଲେକ୍ସନ କମିଶନର ୱେବସାଇଟକୁ ଯାଇ ଏହାର ବିଶେଷ ବିବରଣୀ ହାସଲ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.