Below header

ସମ୍ବଲପୁର ଜୁଜୁମରା ଥାନା ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା ପରେ ଜଳିଗଲା ଦୁଇଟି ଟ୍ରକ , ୨ ଡ୍ରାଇଭର ଜୀବନ୍ତ ଦଗ୍ଧ

ସମ୍ବଲପୁର: ସମ୍ବଲପୁର ଜୁଜୁମରା ଥାନା ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଦୁଇ ଟ୍ରକ ବାଡ଼େଇ ହେବା ପରେ ନିଆଁ ଲାଗିଯାଇଥିଲା। ଫଳରେ ଦୁଇ ଟ୍ରକର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଟ୍ରକ ଭିତରେ ଆଉ କିଛି ଲୋକ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି। ଫଳରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ପୋଲିସ କହିଛି। ନିଆଁ ଲାଗିବା ପରେ ପ୍ରଥମେ ସ୍ଥାନୀୟ ଲୋକେ ଓ ପରେ ପୋଲିସ ପହଞ୍ଚି ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ। ପରେ ଅଗ୍ନିଶମ ବାହିନୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଜୁଜୁମରା ଓ ସମ୍ବଲପୁରର ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରି ମୃତଦେହ ଉଦ୍ଧାର କରିଥଲେ। ଟ୍ରକ ହେଲପରଙ୍କ ପତ୍ତା ମିଳିପାରିନାହିଁ। ଦୁର୍ଘଟଣା ପରେ ରାସ୍ତାରେ ଗାଡ଼ିଚଳାଚଳ ବ୍ୟାହତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.