ପୃଥିବୀର ଏମିତି ଜଣେ ମଣିଷ ଯାହାଙ୍କ ଶରୀରର ଗନ୍ଧରେ ମରିଯାନ୍ତି ମଶା, ଜାଣନ୍ତୁ ତାଙ୍କ ବିଷୟରେ

ହୁଏତ ଏହି କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ କଥାଟି ବାସ୍ତବରେ ସତ । ପୃଥିବୀରେ ଏମିତି ଜଣେ ମଣିଷ ଅଛନ୍ତି ଯାହାଙ୍କ ଶରୀରରୁ ବାହାରୁଥିବା ଗନ୍ଧରେ ୬ ମିଟର ଦୂରରୁ ମଶା ମରିଯାଉଛନ୍ତି । ଏହି ବ୍ୟକ୍ତି ଜଣକର ଶରୀରର ଗନ୍ଧ ଏତେ ତୀବ୍ର ଯେ କୌଣସି କୀଟ ପତଙ୍ଗ ତାଙ୍କ ନିକଟରେ ତିଷ୍ଠି ପାରନ୍ତି ନାହିଁ । ବୈଜ୍ଞାନିକ ମାନେ ମଧ୍ୟ ଏଥିରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ମଣିଷ ଶରୀରରୁ ବି ଏମିତି ଗନ୍ଧ ବାହାରି ପାରେ ବୋଲି ସେମାନେ ମଧ୍ୟ ସହଜରେ ବିଶ୍ୱାସ କରୁନାହାନ୍ତି । ତେଣୁ ଏକ ବୈଜ୍ଞାନିକ ଦଳ ସେହି ବ୍ୟକ୍ତିଙ୍କ ଶରୀରରୁ ବାହାରୁଥିବା ରସାୟନ ପଦାର୍ଥକୁ ନେଇ ନିକଟରେ ଏକ ଗବେଷଣା ଆରମ୍ଭ କରିଛନ୍ତି । ପ୍ରକୃତରେ ଜୋ ବାମିରାମା ନାମକ ଏହି ବ୍ୟକ୍ତି ଜଣକ ହେଉଛନ୍ତି ଆଫ୍ରିକା ମହାଦେଶର ଉଗାଣ୍ଡାର ମୂଳ ବାସିନ୍ଦା ।

mosquitoes

ତାଙ୍କୁ ପ୍ରାୟ ୪୮ ବର୍ଷ ବୟସ ହେବ । ତାଙ୍କ ଶରୀରର ଏହି ବିଶେଷ ଗୁଣ ଯୋଗୁଁ ତାଙ୍କ ଗାଁକୁ ମାରାତ୍ମକ ମ୍ୟାଲେରିଆ ପ୍ରକୋପରୁ ବଞ୍ଚାଇ ପାରିଛନ୍ତି ବୋଲି ନିଜେ ବାମିରାମ ଦାବି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତିକି ତାଙ୍କ ଶରୀରର ସେହି ରସାୟନରୁ ମଶା ମରାଯିବା ଔଷଧ ପ୍ରସ୍ତୁତ କରିବା ନେଇ ଦେଶର ବହୁ ନାମିଦାମୀ କମ୍ପାନୀ ମାନେ ସ୍ଥିର କରିଛନ୍ତି । ଏମିତିକି ଗୋଟେ କମ୍ପାନୀ ମଧ୍ୟ ତାଙ୍କୁ ଏବାବଦରେ ଆଗୁଆ ଅର୍ଥ ଦେଇସାରିଛି । କେତେକ ବୈଜ୍ଞାନିକ ମାନେ ମଧ୍ୟ ତାଙ୍କ ଶରୀରର ସେହି ରସାୟନକୁ ଅଧ୍ୟୟନ କରିବା ପାଇଁ ତାଙ୍କୁ ଅର୍ଥ ଦେଉଛନ୍ତି । ଯେତେବେଳେ ତାଙ୍କ ଦୈନନ୍ଦିନ କାର୍ଯ୍ୟ ଉପରେ ଜାଣିବାକୁ ଚେଷ୍ଟା କରାଯାଇଥିଲା ବାମିରାମା କହିଥିଲେ କି ସେ ମଧ୍ୟ ଅନ୍ୟ ମାନଙ୍କ ପରି ସାଧାରଣ ଖାଦ୍ୟ ହିଁ ଖାଇଥାନ୍ତି ।

କିନ୍ତୁ କେମିତି ତାଙ୍କ ଶରୀରରେ ଏହି ବିଶେଷ ପଦାର୍ଥ କ୍ଷରଣ ହେଉଛି ଏହା ସେ ନିଜେ ମଧ୍ୟ ଜାଣି ନାହାନ୍ତି । ତାଙ୍କ ଆଖପାଖରେ ବସବାସ କରୁଥିବା ଲୋକେ ମଧ୍ୟ ସମାନ ମତ ରଖିଛନ୍ତି । ସେମାନେ ମଧ୍ୟ କହୁଛନ୍ତି କି ବମୀରାମା କୌଣସି ରାସ୍ତା ଦେଇ ଯିବା କ୍ଷଣି ସେହି ସ୍ଥାନରୁ ମଶା ଆପଣାଛାଏଁ ଦୂରେଇଯାନ୍ତି ନଚେତ ମରିଯାନ୍ତି । କିନ୍ତୁ ତାଙ୍କ ଶରୀରର ଏହି ରସାୟନ ମଣିଷ ଶରୀର ପାଇଁ ସେତେଟା କ୍ଷତିକାରକ ନୁହେଁ ବୋଲି ବିଶେଷଜ୍ଞ ମାନେ ମତ ଦିଅନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.