ISROରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ଦଶମ ଏବଂ ସ୍ନାତକଙ୍କ ପାଇଁ ବହୁତ ଭଲ ମଉକା

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଇସ୍ରୋ (ISRO) ଗ୍ରାଜୁଏଟ ଅପରେଣ୍ଟିସ, ଟେକନିକଶିଆନ ଅପରେଣ୍ଟିସ୍‌ ଏବଂ ଟ୍ରେଡ୍‌ ଅପରେଣ୍ଟିସ ପାଇଁ ଅନେକ ପଦରେ ଭର୍ତ୍ତି ହେବାକୁ ଯାଉଛି। ଏହି ପଦ ପାଇଁ ନୋଟିସ୍‌ ଜାରୀ କରାଯାଇଛି। ଇସ୍ରୋରେ ଚାକିରି କରିବାକୁ ଚାହୁଁଥିବା ଇଛୁକ
ପ୍ରାର୍ଥୀଙ୍କ ପାଇଁ ଏହା ବହୁତ ଭଲ ସୁଯୋଗ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଭର୍ତ୍ତି ସାକ୍ଷାତକାର ମାଧ୍ୟମରେ ହିଁ କରାଯିବ। ଆଶାୟୀ ପ୍ରାର୍ଥୀ ସମସ୍ତ ବିବରଣୀ ପାଇବା ପାଇଁ ISROର ଅଫିସିଆଲ ୱେବସାଇଟକୁ ଯାଇ ଲିଙ୍କ୍‌ ସାହାଯ୍ୟରେ ଦେଖଚିପାରିବେ।

ସାକ୍ଷାତକାର ବା ଇଣ୍ଟରଭିଉର ତାରିଖ

• ଗ୍ରାଜୁଏଟ୍‌ ଅପରେଣ୍ଟସ ପଦ ପାଇଁ ସାକ୍ଷାତକାର ତାରିଖ : ୧୪ ଡିସେମ୍ବର ୨୦୧୯

• ଟେକନିସିୟାନ ଅପରେଣ୍ଟିସ୍‌ ପଦ ପାଇଁ ସାକ୍ଷାତକାରର ତାରିଖ : ୨୧ ଡିସେମ୍ବର ୨୦୧୯

• ଟ୍ରେଡ୍‌ ଅପରେଣ୍ଟିସ୍‌ ପାଇଁ ଇଣ୍ଟରଭିଉ ତାରିଖ : ୦୪ ଜାନୁଆରୀ ତାରିଖ ୨୦୨୦

ପଦର ବିବରଣୀ

ପଦର ନାମ                            ପଦ ସଂଖ୍ୟା

ଗ୍ରାଜୁଏଟ୍‌ ଅପରେଣ୍ଟିସ                     ୪୧

ଟେକନିସିୟାନ ଅପରେଣ୍ଟିସ              ୫୯

ଟ୍ରେଡ୍‌ ଅପରେଣ୍ଟିସ                         ୧୨୦

ବୟସ ସିମା : ଏହି ପଦ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ବୟସ ୩୫ ବର୍ଷ ନିର୍ଦ୍ଧାରିତ କରାଯାଇଛି।

ଆବେଦନ ପ୍ରକ୍ରୀୟା

ଇଛୁକ ପ୍ରାର୍ଥୀ ନିର୍ଦ୍ଧାରିତ ଆବେଦନ ପତ୍ର ସହିତ ସାକ୍ଷାତକାର ପାଇଁ ଉପସ୍ଥିତ ରହିବେ। ସାକ୍ଷାତକାରର ସମୟ ଜନ୍ମ ତାରିଖ, ଯୋଗ୍ୟତା, ଏକ୍ସପେରିୟନ୍ସ ଆଦିର ପ୍ରମାଣ ପତ୍ରର ଅରିଜିନାଲକୁ ସାଙ୍ଗରେ ନେଇ ଯିବାକୁ ହେବ।

ଚୟନ ପ୍ରକ୍ରୀୟା : ଆଶାୟୀ ପ୍ରାର୍ଥୀଙ୍କର ଚୟନ ମେରିଟ୍‌ ଏବଂ ସାକ୍ଷାତକାର ଉପରେ ଆଧାରିତ ହେବ।

ଚାକିରି ସ୍ଥାନ : ମହେନ୍ଦ୍ରଗିରି (ତାମିଲନାଡୁ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.