Below header

ବର-ଅଶ୍ୱତ୍ଥ ବାହାଘର, ବାଜା ବାଣ ଓ ମନ୍ତ୍ର ଧ୍ୱନିରେ ସମ୍ପନ୍ନ ହେଲା ବିବାହ

ଆନନ୍ଦପୁର (କେନ୍ୟୁଜ୍) : ବର୍ତ୍ତମାନ ସମୟରେ ଲୋକମାନେ ନିଜ ସ୍ୱାର୍ଥ ପାଇଁ ବୃକ୍ଷ ଛେଦନ କରିଚାଲିଥିବା ବେଳେ କିଛି ଲୋକ ତାହାକୁ ନିଜ ସନ୍ତାନ ଭଳି ଲାଳନ ପାଳନ କରିବା ସହ ସେମାନଙ୍କ ପାଇଁ ମଧ୍ୟ ବୈଦିକ ରୀତିନୀତିରେ ବିବାହ ସଂସ୍କାର କରିଥାନ୍ତି। ଆନନ୍ଦପୁର ଉପଖଣ୍ଡ ହାଟଡ଼ିହିର ଜଳକଳଙ୍ଗ ଗାଁରେ ଦେଖିବାକୁ ମିଳିଥିଲା ଏପରି ଏକ ନିଆରା ବାହାଘର । ବାଜା ବାଣ ଓ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଥିଲା ସମ୍ପୂର୍ଣ୍ଣ ପରିବେଶ। ଲାଗୁଥିଲା ଯେମିତି କୌଣସି ବଡ଼ ଲୋକର ବାହାଘର ଅନୁଷ୍ଠିତ ହେଉଛି। ହେଲେ ପ୍ରକୃତରେ ବାହାଘର ହେଉଥିଲା ବର ଓ ଅଶ୍ୱତ୍ଥ ବୃକ୍ଷ ମଧ୍ୟରେ। ପୁରାଣ ଶାସ୍ତ୍ର ଅନୁଯାୟୀ ବର ଗଛରେ ଲକ୍ଷ୍ମୀ ଓ ଅଶ୍ୱତ୍ଥ ଗଛରେ ନାରାୟଣ ନିବାସ କରିଥାନ୍ତି। ଆଉ ଏହି ଗାଁର ଦୁଇ ବନ୍ଧୁ ୧୪ ବର୍ଷ ତଳେ ଲଗାଇଥିବା ଦୁଇ ବୃକ୍ଷର ବାହାଘର ବେଶ୍‌ ଆଡ଼ମ୍ବର ସହକାରେ ସମ୍ପାଦନ କରି ଏକ ସୁନ୍ଦର ବାର୍ତ୍ତା ସମାଜକୁ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.