Below header

ମହିଳା ଟି-୨୦ ବିଶ୍ୱକପ୍‌ ଫାଇନାଲ ମୁକାବିଲାରେ ଭାରତ ଲଢ଼ିବ ଅଷ୍ଟ୍ରେଲିଆ ସହ

ସିଡନୀ : ବର୍ତ୍ତମାନ ଚାଲିଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌ରେ ଆୟୋଜକ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ଆଜିର ପ୍ରଥମ ସେମିଫାଇନାଲ୍‌ ବର୍ଷା ଯୋଗୁଁ ବାତିଲ ହେବା ପରେ ପଏଣ୍ଟ ଅଧିକ ଥିବା ଯୋଗୁଁ ଇଂଲଣ୍ଡକୁ ପଛରେ ପକାଇ ଭାରତ ଫାଇନାଲ୍‌ରେ ପ୍ରବେଶ କରିଥିଲା । ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦଳ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା ରବିବାର ଦିନ ମେଲବୋର୍ଣ୍ଣ ଠାରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ ।

INDIA VS AUSTRALIAଆଜିର ଦ୍ୱିତୀୟ ସେମିଫାଇନାଲ୍‌ ମଧ୍ୟ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା । ଏଥିରେ ବର୍ଷା ନିୟମରେ ଅଷ୍ଟ୍ରେଲିଆ ୫ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଛି । ପ୍ରଥମେ ବ୍ୟାଟିଂ କରି ଘରୋଇ ଅଷ୍ଟ୍ରେଲିଆ ଦଳ ୨୦ ଓଭର୍‌ରେ ୫ ଓ୍ଵିକେଟ୍‌ ହରାଇ ୧୩୪ ରନ୍‌ କରିଥିଲା । ପରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବେଳେ ବର୍ଷା ହେବାରୁ ଟାର୍ଗେଟ୍‌ ବଦଳି ଯାଇଥିଲା । ୧୩ ଓଭର୍‌ରେ ୯୮ ରନ୍‌ କରିବାକୁ ଥିଲା । ତେବେ ଦକ୍ଷିଣ ଆଫ୍ରିକା ଦଳ ୫ ଓ୍ଵିକେଟ୍‌ ହରାଇ ୯୨ ରନ୍‌ ହିଁ କରି ପାରିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.