Below header

ପୁଣି ଖାକିରେ ଲାଗିଲା କଳଙ୍କ, ନାବାଳିକା ଝିଆରୀଙ୍କୁ ଗର୍ଭବତୀ କଲା ହାବିଲଦାର୍‌ ପିଇସା

ଭୁବନେଶ୍ବର (କେନ୍ୟୁଜ୍) : ପୁଣି ଖାକିରେ ଲାଗିଲା କଳଙ୍କ । ନାବାଳିକା ଝିଆରୀଙ୍କୁ ଗର୍ଭବତୀ କଲା ହାବିଲଦାର୍‌ ପିଇସା । ସହିଦନଗର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ବିଜୟ ସେଠୀକୁ ଗିରଫ କଲା ପୋଲିସ । ବିଜୟ କ୍ୟାପିଟାଲ ଥାନରେ ହାବିଲଦାର ଭାବେ କାଯ୍ୟର୍ରତ । ପିଡିତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, ଗତ ଅକ୍ଟୋବର ମାସରେ ପିଇସୀ ଘରକୁ ଯାଇଥିଲା ତାଙ୍କ ଝିଅ । ଖାଦ୍ୟରେ ନିଶାଦେଇ ତାଙ୍କ ଝିଅଙ୍କୁ ବିଜୟ ଦୃଷ୍କର୍ମ କରିଥିଲା । ଏହାପରେ ଜଣେ ଯୁବକ ଜରିଆରେ ଆବରସନ ପାଇଁ ମେଡିକାଲ ନେଇଥିଲା । ଏକଥା ଜାଣିବା ପରେ ପିଡିତାର ବାପା ମା ଥାନାର ଦ୍ୱାରସ୍ଥ ହୋଇଥିଲେ ପରେ ପୋଲିସ, ବିଜୟକୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.