Below header

ମହାନଦୀ ଜଳ ବିବାଦ ମାମଲାରେ ଆଜି ଶୁଣାଣି କରିବେ ଟ୍ରିବ୍ୟୁନାଲ

ଭୁବନେଶ୍ବର (କେନ୍ୟୁଜ୍) : ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲରେ ଶୁଣାଣି ହେବ । ଜଷ୍ଟିସ ଏ. ଏମ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଟ୍ରିବ୍ୟୁନାଲ ଶୁଣାଣି କରିବେ । ଓଡ଼ିଶା ସରକାରଙ୍କ ଦ୍ୱାରା ଦାଖଲ ମୂଳ ମାମଲା ତଥା ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଶୁଣାଣି କରିବେ । ପୂର୍ବ ଶୁଣାଣିରେ ଓଡ଼ିଶାକୁ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରିବା ପୂର୍ବରୁ ପ୍ରବାହିତ ହେଉଥିବା ଜଳ ଓ ପରବର୍ତ୍ତୀ ଜଳ ପ୍ରବାହ ସଂପର୍କରେ ସତ୍ୟପାଠ ଦାଖଲ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ଏ ସଂପର୍କିତ ତଥ୍ୟ ଦାଖଲ କରାଯାଇଛି । ଉପରମୁଣ୍ଡରେ ଛତିଶଗଡ଼ର ଏକାଧିକ ବ୍ୟାରେଜ ନିର୍ମାଣ ଯୋଗୁଁ ହୀରାକୁଦ ଓ ମହାନଦୀ ଉପରେ କି ପ୍ରଭାବ ପଡ଼ିଛି, କେତେ ପରିମାଣର ଜଳ ପ୍ରଭାବ କମିଛି ତା ଉପରେ ଟ୍ରିବ୍ୟୁନାଲ ଆଜି ଶୁଣାଣି କରିବେ ବୋଲି ଜଣାପଡ଼ିଛି । ଓଡିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗତ ମାର୍ଚ୍ଚ ୧୨ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ ଗଠନ କରାଯାଇଛି। ମହାନଦୀର ଉପରେ ମୁଣ୍ଡରେ ଛତିଶଗଡ଼ର ପ୍ରକଳ୍ପ ନିର୍ମାଣକୁ ଓଡ଼ିଶା ସରକାର ବିରୋଧ କରିଆସୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.