Below header

ମାଲକାନଗିରି ଏମ ଭି-୭୯ ବନବିଭାଗ ତରଫରୁ ୨୫ରୁ ଉର୍ଦ୍ଧ୍ୱ କଇଁଛ ଜବତ, ୨ ଗିରଫ

ମାଲକାନଗିରି(କେନ୍ଯୁଜ୍): ମାଲକାନଗିରି ଜିଲ୍ଲା ଏମ ଭି-୭୯ ବନବିଭାଗ ତରଫରୁ କଇଁଛ ଜବତ । ଏମ୍‌. ପି. ଭି-୮୧ ଗାଁରେ ବନବିଭାଗର ପକ୍ଷରୁ ଚଢ଼ାଉ କରାଯାଇ ୨୫ରୁ ଉର୍ଦ୍ଧ୍ୱ କଇଁଛ ଜବତ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି ବନବିଭାଗ । ସେମାନଙ୍କ ନିକଟରୁ ଗୋଟିଏ ବାଇକ ଜବତ ହୋଇଛି ।

ଗିରଫ ୨ ଅଭିଯୁକ୍ତ ଏମ୍‌.ପି.ଭି-୮୧ ଗାଁର ପ୍ରକାଶ ତରକଦାର ଓ ଅଭିଜିତ ବାଲା । ମାଲକାନଗିରି ଜିଲ୍ଲାରେ ରହୁଥିବା ବଙ୍ଗୀୟ ସମ୍ପ୍ରଦାୟର ଲୋକେ କଇଁଛ ଖାଇବାକୁ ପସନ୍ଦ କରିଥାନ୍ତି । ଅନ୍ୟପଟେ ଆନ୍ଧ୍ର ଏବଂ ଛତିଶଗଡ଼ରୁ କଇଁଛ ମାଲକାନଗିରିକୁ ଚୋରାଚାଲାଣ ହୋଇଥାଏ l ସମସ୍ତ କଇଁଛକୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ମାଲକାନଗିରି ଜଳାଶୟରେ ଛଡ଼ାଯିବ ବୋଲି କହିଛନ୍ତି ସହାୟକ ବନ ସଂରକ୍ଷକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.