କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ପଞ୍ଚମ ଫାର୍ମିଙ୍ଗ-୨୦୨୨ ଉଦଘାଟିତ

ଭୁବନେଶ୍ବର(କେନ୍ଯୁଜ୍): କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ପଞ୍ଚମ ଫାର୍ମିଙ୍ଗ-୨୦୨୨ ଉଦଘାଟିତ । କାର୍ଯ୍ୟକ୍ରମର ଉଦଘାଟନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଆଇସିଏଆର ଡିଜି ଡକ୍ଟର ତ୍ରିଲୋଚନ ମହାପାତ୍ର । କାର୍ଯ୍ୟକ୍ରମରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଥିଲେ ଓୟୁଏଟିର କୁଳପତି ଡ଼କ୍ଟର ପି.କେ ଅଗ୍ରୱାଲ , କିଟ ବିଶ୍ୱବିଦ୍ୟାଳୟର ଆର ଆଣ୍ଡ ଡି ଡାଇରେକ୍ଟର ଜେନେରାଲ ଡକ୍ଟର ମୁତ୍ୟୁଞ୍ଜୟ ସୁଆର ପ୍ରମୁଖ ।

ଏଥର କାର୍ଯ୍ୟକ୍ରମର ଥିମ୍‌ ଥିଲା Realigning Indian Agriculture for sustainable future । କାର୍ଯ୍ୟକ୍ରମରେ ଅତିଥିମାନେ ଭାରତୀୟ କୃଷି ଓ ଖାଦ୍ୟ ପ୍ରଣାଳୀର ଆଧୁନିକୀକରଣ ଉପରେ ଆଲୋଚନା କରିଥିଲେ । ଏହାକୁ ନେଇ ଭବିଷ୍ୟତରେ କିପରି ଆହୁରି ଅଧିକ ସୁଫଳ ପାଇ ପାରିବେ ସେ ବିଷୟରେ ଆଲୋଚନା ହୋଇଥିଲା । ଆସନ୍ତାକାଲି ଅର୍ଥାତ୍ ୧୨ ତାରିଖରେ ଏହି କାର୍ଯ୍ୟକ୍ରମ ଉଦଯାପିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.