Below header

ମହୁଲ ବୋଝେଇ ପିକଅପ ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା, ଦୁଇ ବାଇକ ଆରୋହୀ ମୃତ

କରଞ୍ଜିଆ(କେ ନ୍ୟୁଜ): ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ବ୍ୟକ୍ତି । ପିକଅପ ଭ୍ୟାନ୍ର ଧକ୍କାରେ ଦୁଇ ବାଇକ ଆରୋହୀ ମୃତ । ଏପରି ଦୁଃଖଦ ଘଟଣା ଘଟିଛି ୫୩ନମ୍ବର ରାଜ୍ୟ ରାଜପଥ କେନ୍ଦୁମୁଣ୍ଡି ନିକଟରେ । ସୂଚନା ମୁତାବକ ଆଜି ସନ୍ଧ୍ୟା ୫ ଘଟିକା ସମୟରେ ଖୁଣ୍ଟାକୋଟା ଗ୍ରାମର ଶମ୍ଭୁନାଥ ମହନ୍ତ ଓ ଧାତକିବେଡା ଗ୍ରାମର ଚିତ୍ରସେନ ମହନ୍ତ ଏକ ବାଇକ ଯୋଗେ କରଞ୍ଜିଆରୁ ନିଜ ଗ୍ରାମକୁ ଯାଉଥିବା ବେଳେ କେନ୍ଦୁମୁଣ୍ଡି ନିକଟରେ ଏକ ମହୁଲ ବୋଝେଇ ପିକଅଫ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ।

ଫଳରେ ଦୁଇ ବାଇକ ଆରୋହୀ ଘଟଣା ସ୍ଥଳରେହିଁ ମୃତ୍ୟୁ ବରଣ କରିଛନ୍ତି । ତେବେ ଘଟଣା ଘଟାଇବା ପରେ ପିକଅପ୍ ଭ୍ୟାନଟି ଖସି ପଳାଇଥିବା ବେଳେ କେନ୍ଦୁମୁଣ୍ଡି ନିକଟରେ ଲୋକେ ଅଟକ ରଖି ପୋଲିସକୁ ଜିମା ଦେଇଛନ୍ତି । ସେହିପରି ଘଟଣା ସ୍ଥଳରୁ କରଞ୍ଜିଆ ଥାନା ପୋଲିସ ଶବକୁ ଉଠାଇ ଆଣିବାକୁ ନେଇ ଘଟାଣ ସ୍ଥଳରେ ଚାପା ଉତେଜନା ଦେଖାଦେଇଛି । ତେବେ ଉତ୍ତକ୍ତ ଲୋକେ ୫୩ନମ୍ବର ରାଜ୍ୟରାଜପଥ ଅବରୋଧ କରି କ୍ଷତି ପୂରଣ ଦାବି କରିବା ସହିତ ରାସ୍ତା ଅବରୋଧ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.