ପ୍ରକାଶ ପାଇଲା ୨୦୨୦-୨୧ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ, ଗତବର୍ଷ ତୁଳନାରେ ଓଡିଶାର ମୁଣ୍ଡପିଛା ଆୟ ୨୪୧୦ ଟଙ୍କା କମିଛି

କେନ୍ୟୁଜ୍(ବ୍ୟୁରୋ):  ଏଥର ରାଜ୍ୟର ଅଭିବୃଦ୍ଧି ହାର କମିବ। ଅଭିବୃଦ୍ଧି ହାର ମାଇନସ ୪.୯୨ ରହିବା ଆକଳନ। ୨୦୨୦-୨୧ ବର୍ଷର ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା ଆକଳନ କରାଯାଇଛି। ରାଜ୍ୟ ଅର୍ଥନୀତି ଉପରେ କୋଭିଡର ଜୋରଦାର ପ୍ରଭାବ ପଡିଛି। ୨୦୧୨-୧୩ରୁ ୨୦୧୯-୨୦ ମଧ୍ୟରେ ଓଡ଼ିଶାର ଅର୍ଥନୀତି ହାରାହାରି ବାର୍ଷିକ ୭.୧ ପ୍ରତିଶତ ହାରରେ ବୃଦ୍ଧି ପାଇଥିଲା।

ଜାତୀୟ ହାର ରହିଥିଲା ୬.୬ ପ୍ରତିଶତ। ୨୦୨୦-୨୧ରେ ଦେଶର ଜିଏସଡିପି ମାଇନସ ୭.୭ ପ୍ରତିଶତ ରହିବା ନେଇ ଆକଳନ କରାଯାଇଥିବାବେଳେ ଓଡିଶାର ଜିଏସଡିପି ମାଇନସ ୪.୯୨ ରହିବ। ଯାହାକି ଜାତୀୟ ହାରଠୁ ଭଲ ସ୍ଥିତିରେ ରହିବ। ଓଡ଼ିଶାର ମୁଣ୍ଡ ପିଛା ଆୟ କମିଛି। ଗତବର୍ଷ ତୁଳନାରେ ମୁଣ୍ଡପିଛା ଆୟ ୨୪୧୦ ଟଙ୍କା କମିଛି। ୨୦୧୧-୧୨ରେ ଓଡ଼ିଶାର ମୁଣ୍ଡପିଛା ଆୟ ୪୮ ହଜାର ୪୯୯ଥିଲା। ୨୦୧୯-୨୦ରେ ୧ଲକ୍ଷ ୪ ହଜାର ୫୬୬ ହୋଇଥିଲା। ଚଳିତ ବର୍ଷ ହ୍ରାସ ପାଇ ପହଁଚିଲା ୧ ଲକ୍ଷ ୨ ହଜାର ୧୫୬ ରେ। ରାଜ୍ୟର ମୁଣ୍ଡପିଛ ଆୟ ଗତବର୍ଷ ତୁଳନାରେ ୨. ୩ ପ୍ରତିଶତ ହ୍ରାସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.