ହାଇ ହିଲ ପିନ୍ଧି କ୍ଷିପ୍ର ଗତିରେ ଦୌଡୁଛନ୍ତି ମହିଳା, ଭିଡିଓ ଦେଖି ଲୋକେ କହୁଛନ୍ତି “କି ଅଦ୍ଭୁତ ଶକ୍ତି “

ହାଇ ହିଲ ପିନ୍ଧି କାହାକୁ କେବେ ଦୌଡ଼ିବାର ଦେଖିଛନ୍ତି କି । ଦେଖିନାହାନ୍ତି ନା । ସାଧାରଣତଃ ଜୋତା କିମ୍ବା ଚପଲ ପିନ୍ଧି ଭଲରେ ଦୌଡ଼ି ପାରନ୍ତି ନାହିଁ | ତେଣୁ ଦୌଡିବା ପାଇଁ ତାଙ୍କୁ ସ୍ପୋର୍ଟ୍ସ ଜୋତା ଦରକାର ହୋଇଥାଏ । କିନ୍ତୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଭିଡିଓ ନିଶ୍ଚିନ୍ତ ରୂପେ ସମସ୍ତଙ୍କ ଧାରଣା ବଦଳେଇ ଦେବ । କାରଣ ଏହି ମହିଳା ଜଣଙ୍କ ଏକ ହାଇ ପେନ୍ସିଲ ହିଲ ପିନ୍ଧି ଖୁବ ସହଜରେ ଜୋର ଜୋରସେ ଦୌଡୁଛନ୍ତି । ଆଉ ସେ ବି ପୁଣି ଚିକ୍କଣ ରାସ୍ତାରେ ନୁହେଁ ଗୋଡି, ମାଟି ରାସ୍ତାରେ । ଫୁଲ ଦମରେ ଆଉ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ଲୋକେ ବି ଏହାକୁ ଖୁବ ପସନ୍ଦ କରୁଛନ୍ତି ।

ଭିଡିଓଟିକୁ ଟ୍ୱିଟର ୟୁଜର @thebedsideghoul ଫେବୃଆରୀ ୧୨ ତାରିଖରେ ସେୟାର କରିଥିଲେ । ଆଉ କ୍ୟାପ୍ସନରେ ଲେଖିଥିଲେ- ଅତି ଅଦ୍ଭୁତ ଶକ୍ତି ! ଖବର ଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ୬୦ ଲକ୍ଷ ଜଣ ଦେଖିଥିବା ବେଳେ ୩ ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଲାଣି । ଏହାକୁ ୫୩  ହଜାର ଲୋକ ରିଟ୍ୱିଟ କରାଯାଇ ସାରିଲାଣି । ମହିଳା ଜଣଙ୍କୁ ଏମିତି ଏକ ଅଦ୍ଭୁତ ତରିକା ହାସଲ କରିବା ପାଇଁ ନିଶ୍ଚିନ୍ତ ରୂପେ ଅନେକ ଦିନ ଅଭ୍ୟାସ କରିବାକୁ ପଡିଥିବ । ଖାଲି ସେତିକି ଏହି ନୂଆ ଟେକନିକକୁ ଅନେକ ଲୋକେ ନିଜ ଉପରେ ଟ୍ରାଏ କରୁଛନ୍ତି । କିଛି ଜଣ ତ ଏମିତି କରୁ କରୁ ତଳେ ପଡିଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.