Below header

ପ୍ରଥମ ଥର ଲାଗି ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ ବିଜେବି ସୁପର୍ ଲିଗ୍ ର ପ୍ରଥମ ସଂସ୍କରଣ ହେଲା ଉଦଘାଟିତ

ଭୁବନେଶ୍ବର(କେନ୍ୟୁଜ୍): ପ୍ରଥମ ଥର ଲାଗି ବିଜେବି ସ୍ୱୟଂ ଶାସିତ ମାହାବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବିଜେବି ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ୧୨ ଦିନ ବ୍ୟାପି ଚାଲିବାକୁ ଥିବା ଏହି ଲିଗକୁ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି। ଅନ୍ୟାମନଙ୍କ ମଧ୍ୟରେ ଧଉଳି ପଞ୍ଚାୟତ ସମିତି ସଭ୍ୟ ତଥା ବିଜୁ ଛାତ୍ର ଜନତା ଦଳର ଜୋନାଲ ପ୍ରେସିଡେଣ୍ଟ ଭଗବାନ ସାହୁ, ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ସମରେଶ ବେଉରା, ଆଡଭକେଟ ଯୋଗେଶ ଜେନା, ଯୁବନେତା ମଲ୍ଲିକ ସାମିନ୍ ଅଖତର, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଧାରଣ ସମ୍ପାଦକ ସ୍ମୃତି ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

bjb1

ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୬ ଟିମ୍ ଭାଗ ନେବେ। ଏହି ଟୁର୍ଣ୍ଣାମେଣ୍ଟକୁ ରାଜନ ରମଣ , ସୟଦ ସୁଲତାନ, ସାଇ , ଅନୁପମ , ସୁଲଗ୍ନ, ଅମନ, ମହମ୍ମଦ କସିମ୍ , ତୁଷାର ପ୍ରମୁଖ ଛାତ୍ରଛାତ୍ରୀ ଆୟୋଜନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.