Below header

ବାତ୍ୟା ପ୍ରଭାବରେ ଛିଡ଼ିଲା ୧୧କେଭି ତାର, ବିଦ୍ୟୁତ ଆଘାତରେ ଗଲା ଦୁଇ ଗାଈଙ୍କ ଜୀବନ

ରାଇରଙ୍ଗପୁର(କେ ନ୍ୟୁଜ): ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ତାରଣା ଗ୍ରାମରେ “ୟସ” ବାତ୍ୟା ପ୍ରଭାବରେ ସକାଳୁ ପ୍ରବଳ ବର୍ଷା ସହ ପବନ ଲାଗିରହିଥିଲା । ଦ୍ଵି ପହର ସମୟରେ ପ୍ରବଳ ପବନ ବହିବା ଫଳରେ ତାରଣା ଗ୍ରାମରେ ୧୧କେଭି ତାର ଛିଣ୍ଡି ପଡିଥିଲା । ତାରଣା ଗ୍ରାମର ଦୁଇଟି ଗାଈ ବିଲରେ ଚରୁଥିବା ବେଳେ ତଳେ ଛିଣ୍ଡି ପଡିଥିବା ତାର ସଂସ୍ପର୍ଶରେ ଆସିବା ଫଳରେ ବିଦ୍ୟୁତ ଆଘାତରେ ଗାଈ ଦୁଇଟିର ମୃତ୍ୟୁ ଘଟିଥିଲା ।

ତେବେ ବିଦ୍ୟୁତ ବିଭାଗକୁ ଖବର ଦେବା ପରେ ମଧ୍ୟ ବିଦ୍ୟୁତ ବିଭାଗ ଘଟଣା ସ୍ଥଳକୁ ପହଞ୍ଚି ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏବେ କ୍ଷୀର ବିକ୍ରି କରି ଦୁଇ ଗାଈ ମାଲିକଙ୍କ ପାଇଁ କ୍ଷତିପୂରଣ ଦାବି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.