ଖୁବ ଶୀଘ୍ର ରିଲିଜ ହେବ ବହୁଭାଷାଭିତ୍ତିକ ଫିଲ୍ମ ‘ଆଦିପୁରୁଷ’

ସୈଫ ଅଲ୍ଲିଖାନ ନିଜ ଅପକମିଙ୍ଗ ଫିଲ୍ମକୁ ନେଇ ବେଶ ଖୁସି ଅଛନ୍ତି । ନୂଆ ଅପକମିଙ୍ଗ ମୁଭି ‘ଆଦିପୁରୁଷ’କୁ ନେଇ ସୈଫ ଏବେ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ତାଙ୍କର ଏକ ନିଆରା ଭୂମିକା ରହିଛି । ଯାହାକୁ ସେ ନେଇ ବେଶ ଏକ୍ସାଇଟେଡ ଅଛନ୍ତି । ଏକ ସାକ୍ଷାତକାର ମାଧ୍ୟମରେ ସେ ନିଜ ଭୂମିକାକୁ ନେଇ ସବୁ ରାଜ୍ ଖୋଲିଛନ୍ତି । ତେବେ ଚାଲନ୍ତୁ ଜାଣିବା ତାଙ୍କ ନୂଆ ଭୂମିକା ସଂପର୍କରେ ।

ଅପକମିଙ୍ଗ ମୁଭି ‘ଆଦିପୁରୁଷ’ ଭୂଷଣ କୁମାରଙ୍କ ଦ୍ୱାରା ନିର୍ମିତ କରାଯାଇଛି । ଏହା ଡାଇରେକ୍ଟର ଓମ୍ ରାୱତଙ୍କ ଦ୍ୱାରା ନିର୍ଦ୍ଦେଶିତ ମହାକାବ୍ୟ ରାମାୟଣର ଏକ ରୂପାନ୍ତରଣ । ଯାହାର ଟ୍ୟାଗଲାଇନ ‘ବୁରାଇ ପେ ଅଛାଇ କି ଜୀତ କା ଜସ୍ନ’ ରଖାଯାଇଛି । ଏହାର ସୁଟିଂ ଫେବୃଆରୀରୁ ଆରମ୍ଭ ହୋଇଥିଲା । ଫିଲ୍ମରେ ସୈଫଙ୍କୁ ରାବଣଙ୍କ ଭୂମିକାରେ ଦେଖିବାକୁ ମିଳିବ । ରାବଣ ଜଣେ ବିଦ୍ୱାନ ହେବା ସହ ଗର୍ବ, ଅହଂକାରର ଅଧିକାରୀ ଥିଲା । ରାବଣ ବହୁତ ଶକ୍ତିଶାଳୀ ମଧ୍ୟ । ତେଣୁ ଏହି ରୋଲକୁ ପରଫେକ୍ଟ ମ୍ୟାଚ କରିବା ପାଇଁ ଅନେକ ଦିନରୁ ଆକ୍ଟର ଖୋଜାଚାଲିଥିଲା। ଶେଷରେ ଏହାର ଭୂମିକା ନିର୍ବାହ କଲେ ସୈଫ ଅଲ୍ଲିଖାନ ।

ତେବେ ଏହି ରୋଲକୁ ନେଇ ସୈଫ ମଧ୍ୟ ଖୁବ ଖୁସି ଅଛନ୍ତି । ଏହାସହ ଫିଲ୍ମରେ ତେଲୁଗୁ ସୁପରଷ୍ଟାର ପ୍ରଭାସ ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବା ସହ ମାତା ସୀତାଙ୍କ ଭୂମିକାରେ କ୍ରିତି ସାନନ ସ୍କ୍ରିନ ସେୟାର କରିବେ । ଏହା ୨୦୨୨ରେ ରିଲିଜ ହେବ । ଏହାଏକ ବହୁଭାଷା ଚଳଚ୍ଚିତ୍ର ।ଏହା ୧୧ ଅଗଷ୍ଟ ୨୦୨୨ରେ ଦର୍ଶକଙ୍କ ସାମ୍ନାକୁ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.