ବର ଯେମିତି ହିଁ କହିଛି ‘କବୁଲ ହୈ’, କନ୍ୟା ଖୁସିରେ ଡେଇଁବାକୁ ଲାଗୁଛି, ଆଉ ସମସ୍ତଙ୍କ ସାମ୍ନାରେ କରୁଛି ଏହି କାମ

ବେଳେବେଳେ ଲୋକେ ନିଜ ବିବାହକୁ ନେଇ ଏତେ ଉତ୍ସୁକ ଥାଆନ୍ତି ଯେ ସେମାନଙ୍କୁ ଜଣା ନ ଥାଏ କି, ସେମାନେ କେଉଁଠି କାହା ସାମ୍ନାରେ ବସିଛନ୍ତି। ନିଜ ଖୁସି ପାଇଁ ସେମାନଙ୍କୁ ଯାହା ଠିକ ଲାଗିଥାଏ, ସେମାନେ ତାହା କରି ବସନ୍ତି। ଏବେ ସୋସିଆଲ ମିଡିଆରେ ଠିକ ଏମିତି ହିଁ ଏକ ଭିଡ଼ିଓ ଖୁବ ଭାଇରଲ ହେଉଛି, ଯେଉଁଥିରେ ଏକ କନ୍ୟା ନିଜ ବିବାହ ସରିବା ପରେ ଖୁସିରେ ନାଚି ଉଠୁଥିବା ଦେଖାଯାଉଛି।

ବିବାହ କରାଉଥିବା ମୌଲବୀ ବରକୁ ବିବାହ କବୁଲ କରିବା ପାଇଁ ପଚାରୁଛନ୍ତି ଏବଂ ଯେମିତି ହିଁ ବର ହଁ କହୁଛି, ତ ପାଖରେ ବସିଥିବା କନ୍ୟା ବହୁତ ଖୁସି ହୋଇଯାଉଛି। ନିଜ ଖୁସି ଜାହିର କରିବା ପାଇଁ ସେ ବର ଏବଂ ସମସ୍ତ ପରିବାର ଲୋକଙ୍କ ସାମ୍ନାରେ ନାଚି ଉଠୁଛି।

ତେବେ ସବୁଠାରୁ ଖାସ କଥା ହେଉଛି, କନ୍ୟା ଜଣକ ଏତେ ଖୁସି ଥିଲା ଯେ ବିବାହ ସରିବା ପରେ ବର ଗାଲକୁ ସମସ୍ତଙ୍କ ସାମ୍ନାରେ କିସ କରି ପକାଇଥିଲା। ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଥିବା ଏହି ଭିଡ଼ିଓକୁ ଲୋକେ ବହୁତ ପସନ୍ଦ କରିଛନ୍ତି। କନ୍ୟାର ଖୁସି ଦେଖି ପଛରେ ବସିଥିବା ଲୋକେ ମଧ୍ୟ ଜୋରରେ ହସିବା ଆରମ୍ଭ କରି ଦେଉଛନ୍ତି। ଭିଡ଼ିଓକୁ ନେଇ ୟୁଜରମାନେ ବିଭିନ୍ନ କମେଣ୍ଟ ଦେବାରେ ଲାଗିଛନ୍ତି।

 

View this post on Instagram

 

A post shared by |~|@m€€[) (@romantic_cute_prince)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.