ବର୍ଷାର ଥଣ୍ଡା ଥଣ୍ଡା ପାଗରେ ବନାନ୍ତୁ ପିଆଜ ପକୋଡି, ଏପରି କରନ୍ତୁ ପ୍ରସ୍ତୁତ

ବାତ୍ୟା ପାଇଁ ଚାରିଆଡେ ବର୍ଷା। ଏଇ ଥଣ୍ଡା ଥଣ୍ଡା ପାଗରେ ଗରମ ଗରମ ପକୋଡି ଏକଦମ୍‌ ମଜା ଆଣିଦେବ। ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ପିଆଜ ପକୋଡି। ଯାହା ଆପଣଙ୍କୁ ବଢ଼ିଆ ସ୍ୱାଦ ଦେବ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୨ ବଡ ପିଆଜ
ଏକ କପ୍‌ ବେସନ
୨ ବଡ ଚାମଚ ଚାଉଳ ଅଟା
୩-୪ଟି କଞ୍ଚା ଲଙ୍କା
୨ ବଡ ଚାମଚ ଧନିଆ ପତ୍ର (ଛୋଟ କଟା ହୋଇଥିବା)
ଏକ ଛୋଟ ଚାମଚ ଚାଟ ମସଲା
ଅଧା ଛୋଟ ଚାମଚ ଲାଲ ଲଙ୍କା ପାଉଡର
ସ୍ୱାଦାନୁସାରେ ଲୁଣ
ତେଲ ଛାଣିବା ପାଇଁ
ଆବଶ୍ୟକ ଅନୁସାରେ ପାଣି

ପ୍ରସ୍ତୁତି ପ୍ରଣାଳୀ

କଞ୍ଚା ଲଙ୍କାକୁ ଭଲଭାବେ ଧୋଇ ଛୋଟ ଛୋଟ କାଟି ଦିଅନ୍ତୁ। ପିଆଜକୁ ଲମ୍ବା ଲମ୍ବା କାଟି ଦିଅନ୍ତୁ। ଏବେ ଏକ ପାତ୍ରରେ କଟା ପିଆଜ, ଚାଉଳ ଗୁଣ୍ଡ, ବେସନ, କଟା କଞ୍ଚା ଲଙ୍କା, ଧନିଆ, ଲୁଣ, ଲାଲ ଲଙ୍କା ପାଉଡର ଏବଂ ଚାଟ ମସଲା ପକାଇ ଅଳ୍ପ ଅଳ୍ପ ପାଣି ଦେଇ ଗୋଳାଇ ଦିଅନ୍ତୁ। ଧ୍ୟାନ ଦିଅନ୍ତୁ ଘୋଳ ଯେପରି ଅଧିକ ପତଳା କିମ୍ବା ଅଧିକ ଗାଢ଼ା ନହେବ। ଏକ କଡାରେ ତେଲ ପକାଇ ଗରମ ହେବା ପାଇଁ ଛାଡନ୍ତୁ। ତେଲ ଗରମ ହୋଇଗଲେ ପ୍ରସ୍ତୁତ କରି ରଖିଥିବା ଘୋଳରୁ ଅଳ୍ପ ଅଳ୍ପ ନେଇ ତେଲରେ ଛାଣନ୍ତୁ। ମଝିରେ ମଝିରେ ଏହାକୁ ଏପଟସେପଟ କରି ବି ଛାଣନ୍ତୁ। ଏହା ଭଲଭାବେ ଫ୍ରାଏ ହୋଇଗଲା ପରେ ପ୍ଲେଟକୁ ବାହାର କରିଦିଅନ୍ତୁ। ଏପରି ଭାବେ ସବୁ ପକୋଡିକୁ ତେଲରେ ଛାଣି ଦିଅନ୍ତୁ। ଏବେ ଆପଣଙ୍କର ପକୋଡି ପ୍ରସ୍ତୁତ ହୋଇଯାଇଛି। ଏହାକୁ ଆପଣ ଟମାଟୋ ସସ୍‌ କିମ୍ବା ଚଟଣୀ ସହିତ ସହିତ ଗରମାଗରମ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.