Below header

ପାହାଡ଼ରୁ ମିଳିଲା ଗଳିତ ମୃତଦେହ, ପ୍ରେମଜନିତ ଆତ୍ମହତ୍ୟା ସନ୍ଦେହ

ପାରଳାଖେମୁଣ୍ଡି (କେ ନ୍ୟୁଜ୍‌) : ପାହାଡ଼ ନିକଟରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର । ଗଜପତି ଜିଲ୍ଲା ଜି. ଉଦୟଗିରି ଥାନା ଖମାରି ସାହି ଗାଁ ନିକଟ ପାହାଡ଼ରୁ ଗୋଟିଏ ଗଛରେ ଝୁଲନ୍ତା ଅବସ୍ଥାରେ ଏହି ମୃତଦେହ ମିଳିଛି । ଗାଁର କିଛି ଲୋକ ଏହାକୁ ଦେଖି ପୋଲିସ୍‌କୁ ଖବର ଦେଇଥିଲେ । ମୃତକଙ୍କ ପରିଚୟ ମିଳି ନାହିଁ । ତେବେ ମୃତଦେହ ନିକଟରେ ବ୍ୟାଗ୍‌, ଲୁଗାପଟା ଓ ବିଷ ବୋତଲ ମିଳିଛି । ଅତି କମ୍‌ରେ ୧୦/୧୨ ଦିନ ତଳୁ ସେମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । କାରଣ ଦୁଇଟିଯାକ ମୃତଦେହ ପଚି ସଢ଼ି ଯାଇଛି । ଏହା ପ୍ରେମ ଜନିତ ଆତ୍ମହତ୍ୟା ବୋଲି ପୋଲିସ୍‌ ସନ୍ଦେହ କରୁଛି ।

MOHANA DEATH-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.