ଘୋଷଣା ହେଲା ପଦ୍ମ ପୁରସ୍କାର, ୧୦ ଜଣ ଓଡ଼ିଆଙ୍କୁ ମିଳିଲା ପଦ୍ମ ସମ୍ମାନ

କେନ୍ୟୁଜ୍(ବ୍ୟୁରୋ): ପଦ୍ମ ପୁରସ୍କାର ଘୋଷଣା । ୯ ଜଣ ଓଡ଼ିଆଙ୍କୁ ମିଳିଲା ପୁରସ୍କାର । ଓଡ଼ିଶା ପାଇଁ ଗର୍ବ ଆଣିଲେ ପ୍ରଫେସର ରାଧା ମୋହନ । ଜୈବିକ କୃଷି କ୍ଷେତ୍ରରେ ଗବେଷଣା ପାଇଁ ମିଳିବ ପଦ୍ମଶ୍ରୀ ପୁରସ୍କାର । ଏହାସହ ତାଙ୍କ ଝିଅ ସାବରମତୀଙ୍କୁ ମଧ୍ୟ ମିଳିବ ପଦ୍ମଶ୍ରୀ ପୁରସ୍କାର । ସେ ସମ୍ଭବ ନାମ ଗବେଷଣା କେନ୍ଦ୍ର ଖୋଲିଥିଲା । ସାରାଦେଶର ବିଦ୍ୟାର୍ଥୀ ମାନେ ଏଠାରେ ପ୍ରଶିକ୍ଷଣ ନେଉଥିଲେ । ନୟାଗଡରେ ୩୬ ହେକ୍ଟର ଜମିରେ ଜୈବିକ କୃଷି ପାଇଁ ଗବେଷଣା କେନ୍ଦ୍ର ରହିଛି । ରାଧାମୋହନ ହେଉଛନ୍ତି ଅବସରପ୍ରାପ୍ତ ଇକୋନୋମିକସ ପ୍ରଫେସର । ତାଙ୍କ ଝିଅ ସାବରମତି ୩୧୪ ପ୍ରକାର ଧାନଚାଷ କରିପାରିଛନ୍ତି । ଏହି ଦୁଇ ଓଡ଼ିଆଙ୍କ ବ୍ୟତୀି ଜର୍ଜ ଫର୍ଣ୍ଣାଣ୍ଡିଜ୍‌ ଓ ଅରୁଣ ଜେଟଲୀଙ୍କୁ ଦିଆଯିବ ପଦ୍ମବିଭୁଷଣ ପୁରସ୍କାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.