Below header

ଦୁଇ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲେ ଡ୍ରେନରେ ପଡ଼ିଥିବା ଦୁଇଟି ହରିଣ

ଭୁବନେଶ୍ୱର (କେନ୍ୟୁଜ): ଦୁଇ ଘଣ୍ଟାର ଅପରେସନ ପରେ ଦୁଇଟି ହରିଣ ଉଦ୍ଧାର । ଡ୍ରେନରେ ପଡ଼ିଥିବା ଦୁଇଟି ହରିଣକୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ଭୁବନେଶ୍ୱର ଜାଭିୟର ଛକ ଠାରୁ ଉତ୍କଳ ହସ୍ପିଟାଲ ନୂଆ ରାସ୍ତା ର ସାନ୍ତାଳ ବସ୍ତି ନିକଟରେ ଡ୍ରେନ ରେ ପଡ଼ି ଛଟ ପଟ ହେଉଥିବା ଦେଖି ସ୍ଥାନୀୟ ଲୋକେ ପ୍ରଥମେ ଉଦ୍ଧାର କାର୍ଯ ରେ ଲାଗିଥିଲେ । ବନ ବିଭାଗ ଓ ପୋଲିସକୁ ମଧ୍ୟ ଖବର ଦେଇଥିଲେ ।

ଏହା ପରେ ବନ ବିଭାଗ ର କର୍ମଚାରୀ ଓ ସ୍ଥାନୀୟ ଲୋକେ ଡ୍ରେନରୁ ବହୁତ୍ କଷ୍ଟରେ ଦଉଡ଼ି ଲଗାଇ ଟାଣି ବାହାର କରିଥିଲେ । ଏହା ପରେ ଦୁଇଟି ହରିଣକୁ ଉଦ୍ଧାର କରି ସ୍ଵାସ୍ଥ୍ୟ ପରୀକ୍ଷ ପାଇଁ ବନ ବିଭାଗ କର୍ମଚାରୀ ନେଇଥିଲେ । ହରିଣ ର ସ୍ବାସ୍ଥ୍ୟ ଅବସ୍ଥା ଦେଖାଯିବା ପରେ ହରିଣକୁ ଜଙ୍ଗଲ ରେ ଛଡାଯିବ ବୋଲି ବନ୍ ବିଭାଗ ଅଧିକାରୀ ସୂଚନା ଦେଇ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.