ନିଟ୍‌ ୟୁଜି ୨୦୨୨ର ଆଡମିଟ୍‌ କାର୍ଡ ଜାରି, ଏହି ଉପାୟରେ ଡାଉନ୍‌ଲୋଡ୍‌ କରନ୍ତୁ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ନିଟ୍‌ ୟୁଜି ପରୀକ୍ଷା ୨୦୨୨ ର ଆଡମିଟ୍‌ କାର୍ଡ ଜାରି କରାଯାଇଛି। ଆବେଦନକାରୀ ଅଫିସିଆଲ ୱେବ୍‌ସାଇଟ୍‌ (neet.nta.nic.in)କୁ ଯାଇ ପ୍ରବେଶ ପତ୍ର ଡାଉନ୍‌ଲୋଡ୍‌ କରିପାରିବେ। ୧୭ ଜୁଲାଇ ୨୦୨୨ରେ ଏହି ପରୀକ୍ଷା ଆୟୋଜିତ ହେବ। ଏହି ପରୀକ୍ଷାକୁ ନ୍ୟାସନାଲ ପରୀକ୍ଷା ଏଜେନ୍ସି ପକ୍ଷରୁ ପରିଚାଳନା କରାଯାଉଛି।

ଏନ୍‌ଟିଏ ପୂର୍ବରୁ ହିଁ ପରୀକ୍ଷାର ଟାଇମ୍‌ ଟେବୁଲ ଜାରି କରି ଦେଇଥିଲା। ଆଜି ଏଥିପାଇଁ ଆଡମିଟ୍‌ କାର୍ଡ ପ୍ରକାଶ ପାଇଛି। ଏହି ଆଡମିଟ୍‌ କାର୍ଡ ନଥିଲେ ପରୀକ୍ଷାର୍ଥୀ କେନ୍ଦ୍ର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। ଆଡମିଟ୍‌ କାର୍ଡ ସହ ପରୀକ୍ଷାର୍ଥୀ ନିଜ ସହ ଅଫିସିଆଲ ପରିଚୟ ପତ୍ର ଯଥା- ଆଧାର କାର୍ଡ, ଭୋଟର କାର୍ଡ, ପାନ୍‌ କାର୍ଡ ଆଦି ନେଇ କେନ୍ଦ୍ରକୁ ଯିବା ଅନିବାର୍ଯ୍ୟ।
ଏହି ପରୀକ୍ଷା ଅପରାହ୍ନ ୨ଟାରୁ ସନ୍ଧ୍ୟା ୫.୨୦ ଯାଏଁ ଚାଲିବ। ଛାତ୍ରଛାତ୍ରୀ ଅଫିସିଆଲ ୱେବ୍‌ସାଇଟ୍‌ରେ ଜାରି ପରୀକ୍ଷା ସେଡ୍ୟୁଲ ଚେକ୍‌ କରିପାରିବେ। ପରୀକ୍ଷା ସ୍ଲିପ୍‌ ଏନ୍‌ଟିଏ ପକ୍ଷରୁ ୨୮ ଜୁନ୍‌ ୨୦୨୨ରେ ଜାରି କରାଯାଇଥିଲା।

NEET UG Exam 2022 ର ଆୟୋଜନ ଦେଶର ୫୪୬ଟି ସହର ଓ ଭାରତ ବାହାରେ ୧୪ଟି ସହରରେ ନିର୍ଦ୍ଧାରିତ କେନ୍ଦ୍ରରେ ହେବ। ଏହି ପରୀକ୍ଷା ପେନ୍‌ ପେପର ମୋଡ୍‌ରେ ଆୟୋଜିତ ହେବ। ଚଳିତ ବର୍ଷ ନିଟ୍‌ ୟୁଜି ପରୀକ୍ଷା ପାଇଁ ମୋଟ୍‌ ୧୮,୭୨,୩୪୧ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି।

ଏମିତି ଡାଉନ୍‌ଲୋଡ୍‌ କରନ୍ତୁ ଆଡମିଟ୍‌ କାର୍ଡ:

  • ପ୍ରଥମେ ଅଫିସିଆଲ ୱେବ୍‌ସାଇଟ୍‌ neet.nta.nic.inକୁ ଯାଆନ୍ତୁ।
  • ହୋମ୍‌ ପେଜ୍‌ରେ ଦିଆଯାଇଥିବା NEET UG Admit Card 2022 ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ।
  • ରେଜିଷ୍ଟ୍ରେସନ୍‌ ନମ୍ବର ସହ ମଗାଯାଇଥିବା ଅନ୍ୟ ତଥ୍ୟ ସବ୍‌ମିଟ୍‌ କରନ୍ତୁ।
  • ଏବେ ସ୍କ୍ରିନ୍‌ରେ ଆଡ୍‌ମିଟ୍‌ କାର୍ଡ ଦେଖାଇବ।
  • ଏହାକୁ ଚେକ୍‌ କରି ଡାଉନ୍‌ଲୋଡ୍‌ କରି ଦିଅନ୍ତୁ।

Also Read: ଧରାକୋଟଗଡ଼ର ନିଆରା ଘୋଷଯାତ୍ରା : ଏଠାରେ ରଥଯାତ୍ରାର ଦିନକ ପରେ ଗଡ଼େ ମହାପ୍ରଭୁଙ୍କ ରଥ, ଛେରାପହଁରା କରନ୍ତି ରାଜଜେମା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.