IOCL ରେ ଖାଲିପଡିଛି ଜୁନିଅର ଅପରେଟର ପଦବୀ, ୪୫ ପ୍ରତିଶତ ମାର୍କ ରଖିଥିଲେ ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ ଲିମିଟେଡ୍‌(IOCL) ପକ୍ଷରୁ ୩୯ ଜୁନିଅର ଅପରେଟର ଗ୍ରେଡ ପାଇଁ ନୋଟିଫିକେସନ ଜାରି କରାଯାଇଛି। ଏହି ପଦବୀ ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ତାମିଲନାଡୁ, ପଡ୍ଡୁଚେରୀ ଅଞ୍ଚଳ ପାଇଁ ଭର୍ତ୍ତି ହେବ। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ୨୯ ଜୁଲାଇ ରାତି ୧୧ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହି ଭର୍ତ୍ତି ପାଇଁ ଲିଖିତ ପରୀକ୍ଷା ୨୧ ଅଗଷ୍ଟକୁ ଆୟୋଜିତ କରାଯିବ।

ପଦବୀ ବିବରଣୀ : ୩୯

ଜୁନିଅର ଅପରେଟର ଗ୍ରେଡ ୧ (ତେଲେଙ୍ଗାନା) : ୫
ଜୁନିଅର ଅପରେଟର ଗ୍ରେଡ ୧ (କର୍ଣ୍ଣାଟକ) : ୬
ଜୁନିଅର ଅପରେଟର ଗ୍ରେଡ ୧ (ତାମିଲନାଡୁ ଏବଂ ପଡୁଚେରୀ) : ୨୮

ଶିକ୍ଷାଗତ ଯୋଗ୍ୟତା : ଜୁନିଅର ଅପରେଟର ଗ୍ରେଡ ୧ ପଦବୀ ପାଇଁ ସାଧାରଣ ବର୍ଗ, EWS ଏବଂ ଓବିସି ପ୍ରାର୍ଥୀ ଅତିକମରେ ୪୫ ପ୍ରତିଶତ ମାର୍କ ଏବଂ ଅନୁସୂଚିତ ଜାତି/ ଜନଜାତି ପ୍ରାର୍ଥୀ ୪୦ ପ୍ରତିଶତ ମାର୍କ ସହିତ ଦ୍ୱାଦଶ ପାସ୍‌ ଏବଂ ବୈଧ ଡ୍ରାଇଭିଂ ଲାଇସେନ୍ସ ରଖିଥିବା ଜରୁରୀ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ, ଓବିସି, EWS ପ୍ରାର୍ଥୀ ୧୦୦ଟଙ୍କା ଆବେଦନ ଶୁଳ୍କ ଭରିବେ। ଅନ୍ୟ ସମସ୍ତଙ୍କ ପାଇଁ ଆବେଦନ ଶୁଳ୍କ କିଛି ନାହିଁ।
ଇଚ୍ଛୁକ ପ୍ରାର୍ଥୀ ଆଇଓସିଏଲ୍‌ର ଅଫିସିଆଲ େଓ୍ଵବସାଇଟiocl.com କୁ ଯାଇ ଆବେଦନ କରିପାରିବେ।

ଚୟନ ପ୍ରକ୍ରିୟା :

ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ସ୍କିଲ ଟେଷ୍ଟ, ଫିଜିକାଲ ଟେଷ୍ଟ ମାଧ୍ୟମରେ ହେବ। ଫିଜିକାଲ ଟେଷ୍ଟ କ୍ୱାଲିଫାଇଂ ନେଚର ରହିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://iocl.com/admin/img/UploadedFiles/LatestJobOpening/Files/2646820ebdc44bf193e6ae6c32eb3f60.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.