ପଦବୀ ଗୋଟିଏରେ ଦୁଇଜଣ ଅଧିକାରୀ, ଜୟପୁରର ରାସ୍ତା ଓ ଗୃହନିର୍ମାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବିବାଦ

କୋରାପୁଟ(କେନ୍ୟୁଜ୍) : ପଦବୀ ଗୋଟିଏ। ଅଧିକାରୀ ଦୁଇଜଣ। ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁରର ରାସ୍ତା ଓ ଗୃହନିର୍ମାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ। ମାର୍ଚ୍ଚ ୧୦ତାରିଖରୁ ପରୀକ୍ଷିତ ଦାସ ଜୟପୁର ରାସ୍ତା ଓ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଆସୁଥିବା ବେଳେ ଜୁଲାଇ ୨୯ତାରିଖରେ ମାଲକାନଗିରି ରାସ୍ତା ଓ ଗୃହ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଅରୁଣ ସାହୁ ଅଧୀକ୍ଷଣ ଯନ୍ତ୍ରୀ ଭାବେ ପ୍ରମୋସନ ପାଇ ଆସିଛନ୍ତି। ତେବେ ଏହାକୁ ନେଇ ଦୁଇ ଅଧିକାରୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ସେ ଛୁଟିରେ ଥିବା ସମୟରେ ଅରୁଣ ସାହୁ ଆସି ଅନଧିକାର ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ପରୀକ୍ଷିତ ଦାସ ଅଭିଯୋଗ କରିଛନ୍ତି। ସେପଟେ ପ୍ରମୋସନ ପାଇ ଆସିଥିବାରୁ ସେ ସରକାରଙ୍କ ନିର୍ଦ୍ଦେଶରେ ଆସି କାର୍ଯ୍ୟରେ ଯୋଗ ଦେଇଥିବା କହିଛନ୍ତି ଅରୁଣ ସାହୁ। ଏଭଳି ପରିସ୍ଥିତିରେ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏନେଇ ପରୀକ୍ଷିତ ଦାସ ଓଡ଼ିଶା ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲରେ କେସ ଦାୟର କରିଥିବା କହିଛନ୍ତି।