Below header

ଝାରସୁଗୁଡା କଦମଡ଼ିହି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ଯୁବକଙ୍କ ମୃତ୍ୟୁ

ଝାରସୁଗୁଡା(କେନ୍ଯୁଜ୍): ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କଦମଡ଼ିହି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକକୁ ଏକ ଭାରୀଯାନ ଧକ୍କା ଦେବାରୁ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ପଞ୍ଚଗାଁ ପଟୁ ବାଇକ ଯୋଗେ ଦୁଇ ଜଣ ଯୁବକ ବେଲପାହାଡ ପଟେ ଯାଉଥିବାବେଳେ, ବେଲପାହାଡ ପଟୁ ପଞ୍ଚଗାଁ ଆଡ଼କୁ ଆସୁଥିବା ଏକ ଭାରୀଯାନ ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଥିଲା ।

ଯୁବକ ଦ୍ବୟଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର ପାଇ ରେଙ୍ଗାଲି ପୋଲିସ୍ ଘଟଣାସ୍ଥଳକୁ ପହଁଚି ତଦନ୍ତ ଆରମ୍ଭ କରିଥିବାବେଳେ, ଦୁଇ ଯୁବକଙ୍କର ଏଯାଏଁ ପରିଚୟ ମିଳିପାରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.