ପାକିସ୍ତାନୀ ଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଭାରତୀୟ ଦୂତାବାସ, ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ପାକିସ୍ତାନୀ ଛାତ୍ରୀ

ୟୁକ୍ରେନ-ରୁଷ ଯୁଦ୍ଧ ଇତିମଧ୍ୟରେ ୧୪ ଦିନ ପୁରିଲାଣି। ୧୪ ଦିନ ପରେ ମଧ୍ୟ ୟୁକ୍ରେନ ଉପରେ ରୁଷ ଆକ୍ରମଣ କିଛି କମ୍ ହୋଇନାହିଁ।ରାଜଧାନୀ କିଭ୍ ସହିତ ଅନେକ ସହର ଛାରଖାର ହୋଇପଡିଛି। ୟୁକ୍ରେନ ଉପରେ ଆକ୍ରମଣ ଦେଖି ସମସ୍ତ ଦେଶ ନିଜର ନାଗରିକମାନଙ୍କୁ ସୁରକ୍ଷିତ ଆଣିବା ପାଇଁ ଚେଷ୍ଟା କରୁଛି। ଭାରତରେ ମଧ୍ୟ ଅପରେସନ ଗଙ୍ଗା ମାଧ୍ୟମରେ ହଜାର ହଜାର ଲୋକଙ୍କୁ ୟୁକ୍ରେନରୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ଏପରି ସ୍ଥଳେ ୟୁକ୍ରେନର ଗୋଟିଏ ସହରରୁ ପାକିସ୍ତାନର ଜଣେ ଛାତ୍ରୀଙ୍କୁ ଭାରତୀୟ ଦୂତାବାସ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଏଥିପାଇଁ ଛାତ୍ରୀ ଜଣଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଦୂତାବାସକୁ ଧନ୍ୟବାଦ ଜଣାଇଛନ୍ତି।
ଆସମା ସରିଫ ନାମକ ଏହି ପାକିସ୍ତାନ ଝିଅ ଜଣଙ୍କ ୟୁକ୍ରେନରେ ଫସିଥିଲେ ମଧ୍ୟ ଉଦ୍ଧାର ହୋଇ ପାରୁ ନଥିଲେ। ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ସେ କହିଛନ୍ତି, “ମୋ ନାମ ଆସମା ସରିଫ, ଆମେ ଗୋଟିଏ କଠିନ ପରିସ୍ଥିତି ମଧ୍ୟରେ ଫସି ରହିଥିଲୁ। ହେଲେ କିଭ୍ ସ୍ଥିତ ଭାରତୀୟ ଦୂତାବାସ ଆମକୁ ସହଯୋଗ କରିଥିଲା। ଭାରତୀୟ ଦୂତାବାସ ଆମକୁ ସେଠାରୁ ସୁରକ୍ଷିତ ଉଦ୍ଧାର କରିବା ସହ ସବୁ ପ୍ରକାରର ସହାୟତା ଯୋଗାଇ ଦେଇଛି। ଏଥିପାଇଁ ଭାରତୀୟ ଦୂତାବାସ ନିକଟରେ ମୁଁ କୃତଜ୍ଞ। ଦୂତାବାସକୁ ବହୁତ ବହୁତ ଧନ୍ୟବାଦ। ମୁଁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ଆମେ ପଶ୍ଚିମ ୟୁକ୍ରେନରୁ ସୁରକ୍ଷିତ ଭାବେ ଘରକୁ ଫେରିପାରିବୁ।”
#WATCH | Pakistan’s Asma Shafique thanks the Indian embassy in Kyiv and Prime Minister Modi for evacuating her.
Shas been rescued by Indian authorities and is enroute to Western #Ukraine for further evacuation out of the country. She will be reunited with her family soon:Sources pic.twitter.com/9hiBWGKvNp
— ANI (@ANI) March 9, 2022
ସୂଚନାଯୋଗ୍ୟ, ୟୁକ୍ରେନରେ ଏମିତି ପରିସ୍ଥିତିରେ ମଧ୍ୟ ୧୮ ହଜାରରୁ ଅଧିକ ଲୋକ ସୁରକ୍ଷିତ ଭାବେ ଭାରତକୁ ଫେରିଛନ୍ତି। ଗତ ଦୁଇଦିନ ମଧ୍ୟରେ ରୋମାନିୟାରୁ ଦୁଇଟି ବିମାନ ଯୋଗେ ୪୧୦ ଜଣ ଭାରତୀୟଙ୍କ ଉଦ୍ଧାର କରାଯାଇଛି। ଅପରେସନ ଗଙ୍ଗା ସହାୟତାରେ ୧୫, ୫୨୧ ଭାରତୀୟଙ୍କୁ ଏୟାରଲିଫ୍ଟ କରାଯାଇଛି। ଭାରତୀୟ ବାୟୁସେନାର ୧୨ଟି ବିମାନରେ ୩୨ ଟନ୍ ଅତ୍ୟାବଶ୍ୟକ ସାମଗ୍ରୀ ପଠାଯାଇଥିଲା।
Also Read : ଆମେ ଅସ୍ତ୍ର ଛାଡିବୁ ନାହିଁ କିମ୍ବା ହାରିବୁ ନାହିଁ, ଶେଷ ପର୍ଯ୍ୟନ୍ତ ଲଢିବୁ : ଜେଲେନସ୍କି