NTPC ରେ ବମ୍ପର ନିଯୁକ୍ତି, ଉପଯୁକ୍ତ ପ୍ରାର୍ଥୀଙ୍କୁ ମିଳିବ ମାସିକ ୧.୫୦ ଲକ୍ଷ ଟଙ୍କା

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। Ntpc ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନଟିପିସି ଅଧିନରେ ବିଭିନ୍ନ ପ୍ରାଜେକ୍ଟ ପାଇଁ ୬୦ ପଦବୀ ଖାଲି ପଡିଛି। ଏଠାରେ ଇଂଜିନିୟରିଂ ଏଗଜିକ୍ୟୁଟିଭି ଟ୍ରେନି, ଏଗଜିକ୍ୟୁଟିଭି ଟ୍ରେନୀ ଏବଂ ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର ପଦବୀ ଖାଲିପଡିଛି। ଏହି ପଦବୀରେ ଭର୍ତ୍ତି ପାଇଁ ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ବିଭାଗର ଅଫସିଆଲ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବାର ଷ୍ଟାଟସ ୱେବସାଇଟ careers.ntpc.co.in କୁ ଯାଇ ମଧ୍ୟ ଦେଖିପାରିବେ। ଆବେଦନ କରିବାର ଶେଷ ତାରିଖ ୨୧ ମାର୍ଚ୍ଚ ୨୦୨୨ ରହିଛି।

ଆବେଦନ କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀ ବିଭାଗର ଅଫିସିଆଲ ୱେବସାଇଟକୁ ଯାଇ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଆବେଦନ କରିନ୍ତୁ। ଅଧିକ ଜାଣିବା ପାଇଁ https://www.ntpc.co.in/en କ୍ଲିକ କରି ଆବେଦନ କରିପାରିବେ। ଏହାସହିତ ଅଧିକାରକ ନୋଟିଫିକେସନ ପଢିବା ପାଇଁ NTPC Recruitment 2022 ଏଠାରେ କ୍ଲିକ କରିପାରିବେ।

ପଦବୀ ବିବରଣୀ: ୬୦

ଏଗଜିକ୍ୟୁଟିଭି ଟ୍ରେନିଂ(ଫାଇନାନ୍ସ)/CA/CMA: ୨୦

ଏଗଜିକ୍ୟୁଟିଭି ଟ୍ରେନିଂ(ଫାଇନାନ୍ସ) MBA: ୧୦

ମାସିକ ଦରମା: ନିଯୁକ୍ତ ହେବା ଉପଯୁକ୍ତ ପ୍ରାର୍ଥୀଙ୍କୁ ମିଳିବ ମାସିକ ୪୦,୦୦୦ ରୁ ୧,୪୦,୦୦୦ ଟଙ୍କା ମିଳିବ।

ଶିକ୍ଷାଗତ ଯୋଗ୍ୟତା: ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି। ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍ କରିପାରିବେ।

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ସୀମା ସର୍ବାଧିକ ୨୯ ବର୍ଷ ନିର୍ଦ୍ଧାରଣ କରାଯାଇଛି।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://careers.ntpc.co.in/main/folders/Archives/advt/07_22_Large_Advt..pdf