ଲାଞ୍ଚ ନେଇ କେନ୍ଦ୍ରାପଡା ଏବଂ ଢ଼େଙ୍କାନଳରେ ଯନ୍ତ୍ରୀ, କିରାଣି ଗିରଫ

ଢ଼େଙ୍କାନାଳ(କେନ୍ୟୁଜ୍) : ୩୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଢେଙ୍କନାଳର ଉଠା ଜଳ ସେଚନ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଡିଭିଜନ। ଯନ୍ତ୍ରୀଙ୍କ ନାଁ ସତ୍ୟନାରାୟଣ ଦାଶ। ସେଠାରେ ସେ ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ବାଲାଜୀ କମ୍ପ୍ଲେକ୍ସରେ ରହୁଥିଲେ। ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ତାଙ୍କ ଭୁବନେଶ୍ବର ଏବଂ ଢେଙ୍କାନାଳ ଘରେ ଚଢ଼ାଉ କରିଛି। ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି କିମ୍ବା ନାହିଁ ଭିଜିଲାନ୍ସ ତଦନ୍ତ କରିବ। ଏ ନେଇ ସତ୍ୟନାରାୟଣଙ୍କ ନାଁରେ ଆଉ ଏକ ମାମଲା ରୁଜୁ କରାଯିବ ବୋଲି ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

vigilance

ଅନ୍ୟପକ୍ଷରେ ଜମି ପଟ୍ଟା କରାଇଦେବାକୁ କହି ୧ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲ୍ ଅଫିସ୍ କିରାଣି ଲିଙ୍ଗରାଜ ମିଶ୍ର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭିଜିଲାନ୍ସ ତାଙ୍କୁ ଗିରଫ କରି ପଚରାଉଚରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.