Below header

ବଦଳିଲା ମିଜୋରାମ୍ ଇତିହାସ, ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ଜଣେ ମହିଳା

ଦେଶର ଲୋକସଭା ନିର୍ବାଚନା ନେଇ ମାହୋଲ ବେଶ ଗରମ ରହିଛି। ତେବେ ମିଜୋରାମ୍ ଇତିହାସରେ ଦେଖିବାକୁ ମିଳିଛି ପ୍ରଥମ ଘଟଣା। ଏଠାରେ ପ୍ରଥମ ଥର ପାଇଁ ଜଣେ ମହିଳା ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ତାହା ପୁଣି ଭଗବାନଙ୍କ ଇଚ୍ଛାରେ। ଯଦି ସେ ବିଜୟ ହାସଲ କରିବେ, ତେବେ ମିଜୋରାମ୍ ନିର୍ବାଚନୀ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯିବ।

ମହିଳାଙ୍କ ନାମ ଲାଲଥାମୁଆନି ରହିଛି। ନିର୍ବାଚନ ଲଢ଼ିବା ବିଷୟରେ ସେ କହିଛନ୍ତି, ରାଜ୍ୟରେ ମହିଳାମାନଙ୍କୁ ସ୍ବତନ୍ତ୍ର ସମ୍ମାନ ଦେବାପାଇଁ ସେ ଭଗବାନଙ୍କ ଇଚ୍ଛାରେ ଏହି ନିର୍ବାଚନ ଲଢ଼ୁଛନ୍ତି । ୯ ଦିନ ପୂର୍ବେ ତାଙ୍କୁ ଏଥିପାଇଁ ଭଗବାନଙ୍କ ପାଖରୁ ନିର୍ଦ୍ଦେଶ ଆସିଥିବା ସେ ଦାବି କରିଛନ୍ତି। ୬୩ ବର୍ଷୀୟା ଲାଲଥାମୁଆନି ସ୍ବାଧୀନ ପ୍ରାର୍ଥୀଭାବେ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଥିବା ଏକ ଆସନରେ ୫ ଜଣ ପୁରୁଷ ପ୍ରାର୍ଥୀଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି । ନିଜର ଏହି ନିର୍ବାଚନୀ ଲଢ଼େଇକୁ ସେ ଏକ ପବିତ୍ର ଯୁଦ୍ଧ ବୋଲି କହିବା ସହ ଏଥିରେ ପ୍ରତ୍ୟେକ ମହିଳା ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.