Below header

ବାସରୁ ବଞ୍ଚିତ ସୁକାନ୍ତି, ଗଛ ମୂଳେ ବିତୁଛି ଜୀବନ

ଅନୁଗୁଳ (କେନ୍ୟୁଜ୍) : ତାଳଚେର ୮ନମ୍ବର ଓ୍ଵାର୍ଡର ସୁକାନ୍ତି ସାହୁ । ଘର ଖଣ୍ଡିଏ ନଥିବାରୁ ଗଛ ମୂଳରେ ଜୀବନ ବିତାଉଛନ୍ତି ସୁକାନ୍ତି । ସେଇଠି ରୋଷେଇ ଆଉ ସେଇଠି ବସାଉଠା । ୩ବର୍ଷ ପୂର୍ବରୁ ସ୍ୱାମୀଙ୍କ ମୃତ୍ୟୁ ପରେ ଏବେ ବଞ୍ଚିବା କଷ୍ଟକର । ସ୍ୱାମୀଙ୍କ ମୃତ୍ୟୁ ପରେ ଏକ ଭଡାଘରେ ରହୁଥିଲେ ସୁକାନ୍ତି । ହେଲେ ଭଡା ଦେଇ ନପାରିବାରୁ ମାଲିକ ତାଙ୍କୁ ଘରୁ ବାହାର କରିଦେଲା । ସେବେଠାରୁ ରାସ୍ତାକଡର ଗଛ ପାଲଟିଛି ସୁକାନ୍ତିଙ୍କ ଆଶ୍ରୟସ୍ଥଳ ।

womenକେହି ଦି ଓଳି ଦି ମୁଠା ଖାଇବାକୁ ଦେଲେ ଖାଉଛନ୍ତି, ନହେଲେ ସାରାଦିନ ଓପାସ । ସୁକାନ୍ତିଙ୍କ ପାଇଁ ଗଛ ଡାଳ ପାଲଟିଛି ଛାତ ଆଉ ଗଛର ମୂଳ ପାଲଟିଛି ଚଟାଣ। ସୁକାନ୍ତିଙ୍କ ସମସ୍ୟା ସମ୍ପର୍କରେ ତାଳଚେର ପୌରନିର୍ବାହୀ ଅଧିକାରୀଙ୍କ ନିକଟରେ ଅବଗତ କରାଯାଇଛି । ଖୁବଶୀଘ୍ର ତାଙ୍କୁ ଅନ୍ୟତ୍ର ଥଇଥାନ କରାଯିବା ସହ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପୌରନିର୍ବାହୀ ଅଧିକାରୀ । ସୁକାନ୍ତିଙ୍କୁ କେବେ କରାଯିବ ଥଇଥାନ ଆଉ କେବେ ମିଳିବ ସହଯୋଗ ତାକୁ ହିଁ ଅପେକ୍ଷା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.