Below header

ନବରଙ୍ଗପୁର: ଦୁଇ ନାବାଳିକା ଭଉଣୀଙ୍କ ମୃତଦେହ ଉଦ୍ଧାର, ତିନି ଦିନ ପରେ ଗାଁ ମୁଣ୍ଡରେ ଥିବା ପରିତ୍ୟକ୍ତ କୂଅରୁ ମିଳିଲା ମୃତଦେହ

ନବରଙ୍ଗପୁର(ବ୍ୟୁରୋ): ନିଖୋଜ ଦୁଇ ନାବାଳିକା ଭଉଣୀଙ୍କ ମୃତଦେହ ଉଦ୍ଧାର । ତିନି ଦିନ ପରେ ଗାଁ ମୁଣ୍ଡରେ ଥିବା ପରିତ୍ୟକ୍ତ କୂଅରୁ ମୃତଦେହ ଉଦ୍ଧାର ହୋଇଛି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ପଖନଗୁଡ଼ାର ଦୁଇ ନାବାଳିକାଙ୍କ ଶବକୁ କୂଅରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ରାଇଘର ତହସିଲଦାର, ଥାନା ଅଧିକାରୀ, ଫୋରେନ୍‌ସିକ୍‌ ଟିମ୍‌ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରିଥିଲା । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।ଗୋନା ଗାଁର ପ୍ରକାଶ ପାଣ୍ଡେଙ୍କ ଝିଅ ଲକ୍ଷ୍ମୀ ପାଣ୍ଡେ ଗତ ମଙ୍ଗଳବାର ଦିନ ପରିବାର ସହିତ ପଖନଗୁଡ଼ା ସ୍ଥିତ ମାମୁ ସିଜେନ୍‌ ତିଓ୍ଵାରୀଙ୍କ ଘରକୁ ଯାଇଥିଲେ । ସିଜେନଙ୍କ ଆଠ ବର୍ଷର ଝିଅ ପଞ୍ଚବତୀଙ୍କ ସହ ଘର ପାଖରେ ବୁଲୁଥିଲେ ଲକ୍ଷ୍ମୀ । ତାପରଠୁ ସେମାନଙ୍କର କୌଣସି ପତ୍ତା ମିଳିନଥିଲା । ପରିବାର ଲୋକ ନିଖୋଜ ନେଇ କୁନ୍ଦେଇ ଥାନାରେ ଅଭିଯୋଗ କରିଥିଲେ । ତିନି ଦିନ ପରେ ମୃତଦେହ ମିଳିବା ପରେ ଗାଁରେ ଗଭୀର ଶୋକ ପ୍ରକାଶ ପାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.